ମହାରାଷ୍ଟ୍ର ବୁଲଢାଣା ବସ୍‌ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀ ସିନ୍ଦେ ଏବଂ ପ୍ରଧାନମନ୍ତ୍ରୀ ଘୋଷଣା କଲେ ସହାୟତା ରାଶି

ମହାରାଷ୍ଟ୍ର ବୁଲଢାଣାରେ ବସ୍‌ରେ ନିଆଁ ଲାଗିବା ଯୋଗୁଁ ୨୬ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିଜନକୁ ୫-୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ଏକନାଥ ସିନ୍ଦେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହିତ ୨ ଲକ୍ଷ ଟଙ୍କାର ସହାୟତା ରାଶି ହେବାକୁ ଘୋଷଣା କରିଛନ୍ତି ।

ମହାରାଷ୍ଟ୍ର ବୁଲଢାଣାରେ ବସ୍‌ରେ ନିଆଁ ଲାଗିବା ଯୋଗୁଁ ୨୬ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିଜନକୁ ୫-୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହିତ ଆହତଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ।ବସ୍‌ଟି ନାଗପୁରରୁ ପୁନେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ବୁଲଢାଣାର ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ତଦନ୍ତ କରୁଛନ୍ତି । ତେବେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହିତ ୨ ଲକ୍ଷ ଟଙ୍କାର ସହାୟତା ରାଶି ହେବାକୁ ଘୋଷଣା କରିଛନ୍ତି ।

ଖବର ମୁତାବକ, ବସ୍‌ଟି ନାଗପୁରରୁ ପୁନେକୁ ଯାଉଥିବା ବେଳେ ବୁଲଢାଣା ପାଖରେ ଜେଓଲଗାଁ ଖାଣ୍ଡେ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ବସ୍‌ରେ ଥିବା ଯାତ୍ରୀ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ବର୍ଷା ଯୋଗୁଁ ବସ୍‌ର ଚକା ଖସିବା ଯୋଗୁଁ ବସଟି ଓଲଟି ପଡିଥିଲା । ଆଉ ବସ୍‌ର ଡିଜେଲ ଟାଙ୍କି ଫାଟିଯାଇଥିଲା । ଫଳରେ ବସରେ ନିଆଁ ଲାଗିଥିଲା । ବସ୍‌ରେ ୩୨ ଜଣ ଯାତ୍ରୀ ଥିଲେ । ନିଆଁ ଲାଗିବା ଯୋଗୁଁ ୨୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବୁଲଢାଣାର ସିଭିଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଶନିବାର ରାତି ୨ଟାରେ ଘଟିଛି । ଦୁର୍ଘଟଣା ଘଟିବା ସମୟରେ ସମସ୍ତ ଯାତ୍ରୀ ଶୋଇଥିଲେ । ତେଣୁ ନିଆଁ ଲାଗିବା ଯୋଗୁଁ କେହି ବାହାରକୁ ତୁରନ୍ତ ବାହାରିପାରିନଥିଲେ ।

ମୁଖ୍ୟମନ୍ତ୍ରୀ ସହାୟତା ରାଶି ଘୋଷଣା କରିବା ସହିତ ଦୁର୍ଘଟଣା ବିଷୟରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣା ବିଷୟରେ ଜାଣିବା ପରେ ସିନ୍ଦେ ବୁଲଢାଣାର ଜିଲ୍ଲାପାଳ ଏବଂ ଏସପିଙ୍କ ସହିତ ଯୋଗାଯୋଗ କରିଛନ୍ତି । ଏହାସହିତ ଆହତଙ୍କୁ ତୁରନ୍ତ ଚିକିତ୍ସା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିବା କଷ୍ଟକର ହୋଇପଡିଛି । ସମସ୍ତେ ଜଳିପୋଡି ଯାଇଛନ୍ତି ବୋଲି ଜାଣିବାକୁ ସମ୍ଭବ ହେଉନାହିଁ । ତେଣୁ ଡିଏନଏ ନମୁନା ପରୀକ୍ଷା କରିବା ପରେ ପରିଜନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଖବର ମିଳିଛି ।

You might also like