ସମ୍ପ୍ରସାରିତ ହେଲା ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ, ବିଜେପିର ୧୯, ଏନସିପି ୯ ଓ ଶିବସେନାର ୧୧ ଜଣ ସଦସ୍ୟଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ

ଶେଷରେ ସମ୍ପ୍ରସାରିତ ହେଲା ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ପରେ ମନ୍ତ୍ରୀମଣ୍ଡଳକୁ ନେଇ ଲାଗି ରହିଥିବା ସସପେନ୍ସରେ ଶେଷରେ ଅନ୍ତ ଘଟିଛି ।  ନାଗପୁର ସ୍ଥିତ ରାଜଭବନରେ ବିଜେପି, ଏନସିପି ଅଜିତ ପାୱାର ଦଳ ଓ ଶିବସେନା ସିନ୍ଦେ ଦଳର ୩୯ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୩୩ ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ୬ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି। ବିଜେପିର ୧୯ ଜଣ ସଦସ୍ୟ, ଏନସିପି ଅଜିତ ପାୱାର ଦଳର ୯ ଜଣ ଓ ଶିବସେନା ସିନ୍ଦେ ଦଳର ୧୧ ଜଣ ସଦସ୍ୟଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି ।

କେଉଁ ଦଳକୁ କେତେ ବିଭାଗ ମିଳିବ ସେ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପାଇଁ ରାସ୍ତା ଫିଟିଥିଲା। ତେବେ ଅଢେଇ ବର୍ଷ ଫର୍ମୁଲାରେ ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ଗଠନ ହୋଇଥିବା ଜଣାପଡିଛି। ଅଢେଇ ବର୍ଷ ପରେ ମନ୍ତ୍ରୀମଣ୍ଡଳରୁ ଆଜି ଶପଥ ନେଇଥିବା ମନ୍ତ୍ରୀମାନେ ବାଦ ପଡିବେ। ମହାରାଷ୍ଟ୍ରରେ ମହାୟୁତି ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବେଶ କିଛିଦିନ ସସପେନ୍ସ ଲାଗି ରହିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦ ବିଜେପିକୁ ମିଳିବା ପ୍ରସଙ୍ଗରେ ଅସନ୍ତୁଷ୍ଟ ଥିବା ସ୍ପଷ୍ଟ ହୋଇଥିଲା।

ତେବେ ବିଜେପି କେନ୍ଦ୍ରୀୟ ନେତାଙ୍କ ହସ୍ତକ୍ଷେପ ପରେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ଶିବସେନା ନେତା ଏକନାଥ ରାଜି ହୋଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବୀଶ ଡିସେମ୍ବର ୫ ତାରିଖରେ ଶପଥ ଗ୍ରହଣ କରିଥିଲେ ବି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ସସପେନ୍ସ ଲାଗି ରହିଥିଲା।..
ବାଇଟ୍- ଶାଇନା ଏନସି, ବିଜେପି ନେତ୍ରୀ