ମହାରାଷ୍ଟ୍ର: ମହାୟୁତି ସରକାରର ସମ୍ପ୍ରସାରଣ, ଶପଥ ନେଲେ ୩୯ ମନ୍ତ୍ରୀ

ମହାରାଷ୍ଟ୍ର ନାଗପୁରରେ ମହାୟୁତି ସରକାରର ସମ୍ପ୍ରସାରଣ ଉତ୍ସବ ଚାଲିଛି । ରାଜଭବନରେ ଶପଥ ନେଉଛନ୍ତି ମହାୟୁତି ମେଣ୍ଟର ନୂଆ ମନ୍ତ୍ରୀ ।  ବିଜେପି, ଶିବସେନା, ଏନସିପିର ନୂଆ ମନ୍ତ୍ରୀମାନେ ଶପଥ ନେଉଛନ୍ତି ।  କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନାବିସଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅଜିତ ପାୱର ମଧ୍ୟ ଉପସ୍ଥିତି ରହିଛନ୍ତି । କ୍ୟାବିନେଟ ବିସ୍ତାରରେ ମୋଟ ୩୯ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ । କ୍ୟାବିନେଟରେ କିଛି ନୂଆ ଚେହେରା ସହିତ କିଛି ଅଭିଜ୍ଞ ଚେହେରା ମଧ୍ୟ ଦେଖିବାର ସମ୍ଭାବନା ରହିଛି ।

ଶପଥ ଉତ୍ସବରେ ବିଜେପିର ୨୦, ଶିବସେନା ସିନ୍ଦେ ଗୋଷ୍ଠୀର ୧୦ ଏବଂ ଏନସିପି ଗୋଷ୍ଠୀର ୯ ବିଧାୟକ ସାମିଲ ରହିଛନ୍ତି । ବିଜେପି ଗୃହ, ରାଜସ୍ୱ, ଜଳସେଚନ ଏବଂ ଶିକ୍ଷା ବିଭାଗକୁ ନିଜ ପାଖରେ ରଖିଛି ।  ବିଜେପିର ପ୍ରମୁଖ ଚନ୍ଦ୍ରଶେଖର ବାବନକୁଲେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଜେପିର ପଙ୍କଜ ମୁଣ୍ଡେ, ଆଶିଷ ସେଲାର, ଜୟକୁମାର ରାୱଲ ଶିବସେନାର ଦାଦା ଭୁସେ, ଶମ୍ଭୁରାଜ ଦେଶାଇ, ଗଣେଶ ନାଇକ, ଗିରୀଶ ମହାଜନ ଏବଂ ଏନସିପିର ଛଗନ ଭୁଜବଳ, ଉଦୟ ସାମନ୍ତ, ଧନଞ୍ଜୟ ମୁଣ୍ଡେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଜେପିର ଗିରୀଶ ମହାଜନ, ଗଣେଶ ନାୟକ, ଶିବସେନାର ଗୁଲାବରାବ ପାଟିଲ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନିତେଶ ରାଣେ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨୮୮ ରୁ ୨୩୦ ସିଟ୍ ଜିତି କ୍ଷମତା ହାସଲ କରିଥିଲା ମହାୟୁତି । କେବଳ ବିଜେପି ଜିତିଥିଲା ସର୍ବାଧିକ ୧୩୨ଟି ସିଟ୍ । ସିନ୍ଦେଙ୍କ ଶିବସେନାକୁ ୫୭ ଏବଂ ଶରଦ ପାୱାରଙ୍କ ଏନସିପିକୁ ମିଳିଥିଲା ୪୧ ସିଟ୍ ।  ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ପାଖାପାଖି ଦୁଇ ସପ୍ତାହ ଧରି ସସପେନ୍ସ ଲାଗି ରହିଥିଲା । ଶେଷରେ ଗତ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଦେବେନ୍ଦ୍ର ଫଡନାଭିସ । ତାଙ୍କ ସହ ଦୁଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାର ଶପଥ ନେଇଥିଲେ ।