ରତନ ଟାଟାଙ୍କୁ ‘ଭାରତ ରତ୍ନ’ ଦାବି, ମହାରାଷ୍ଟ୍ର କ୍ୟାବିନେଟ୍ରେ ପାରିତ ହେଲା ପ୍ରସ୍ତାବ

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ ପାଇଁ ଦାବି କରାଯାଇଛି । ଏ ନେଇ ମହାରାଷ୍ଟ୍ର କ୍ୟାବିନେଟ୍ରେ ଏକ ପ୍ରସ୍ତାବ ପାରିତ ହୋଇଛି । ‘ଭାରତ ରତ୍ନ’ ପାଇଁ ଶିଳ୍ପପତି ରତନ ଟାଟାଙ୍କ ନାମ ପ୍ରସ୍ତାବିତ ହୋଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ ମନ୍ତ୍ରୀମଣ୍ଡଳ ବୈଠକର ନିଷ୍ପତ୍ତି ନିଆଯାଇଛି । ଏବେ କେନ୍ଦ୍ର ସରକାର ମହାରାଷ୍ଟ୍ର କ୍ୟାବିନେଟ୍ର ଏହି ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।
କ୍ୟାବିନେଟ୍ ବୈଠକରେ ରତନ ଟାଟାଙ୍କ ନିଧନରେ ଏକ ଶୋକ ପ୍ରସ୍ତାବ ପାରିତ କରାଯାଇଥିଲା । ଏହାପରେ ଭାରତ ରତ୍ନ ପୁରସ୍କାର ପାଇଁ ତାଙ୍କ ନାମ ପ୍ରସ୍ତାବିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ମହାରାଷ୍ଟ୍ର ସରକାର ଏବେ କେନ୍ଦ୍ର ସରକାରଙ୍କୁ ଏହି ପ୍ରସ୍ତାବ ପଠାଇବେ ।
In today’s meeting, the Maharashtra Cabinet has decided to propose industrialist Ratan Tata’s name for the Bharat Ratna award. A condolence proposal was also passed by Maharashtra Cabinet today. pic.twitter.com/RVKFD4SIjq
— ANI (@ANI) October 10, 2024
ବିଶିଷ୍ଟ ଶିଳ୍ପପତି ପଦ୍ମ ବିଭୂଷଣ ରତନ ଟାଟା ଆଉ ଏଇ ଦୁନିଆରେ ନାହାନ୍ତି । ତାଙ୍କ ପରି ଜଣେ ରତ୍ନଙ୍କୁ ହରାଇଛି ଭାରତ । ୮୬ ବର୍ଷରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ବୟସାଧିକ କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ରତନ ଟାଟା କୋଟି କୋଟି ଭାରତୀୟଙ୍କ ହୃଦୟରେ ଜଣେ ଉଦାରବାଦୀ ମଣିଷ, ଜଣେ ବିଜନେସ୍ ଟାଇକୁନ, ଜଣେ ପ୍ରକୃତ ସମାଜସେବୀ ଭାବେ ଛାପ ଛାଡିଗଲେ । ତାଙ୍କ ପରଲୋକରେ ଭାରତୀୟ ଶିଳ୍ପ ଜଗତରେ ଅପୂରଣୀୟ କ୍ଷତି ଘଟିଛି । ରତନ ଟାଟା କେବଳ ଜଣେ ବିଶିଷ୍ଟ ଶିଳ୍ପପତି ନୁହନ୍ତି, ବରଂ ଜଣେ ପ୍ରେରଣାଦାୟୀ ବଦାନ୍ୟ ବ୍ୟକ୍ତି । ତାଙ୍କ ପରଲୋକରେ କେବଳ ଶିଳ୍ପ ଜଗତ ନୁହେଁ, ସାରା ଦେଶ ମ୍ରିୟମାଣ ।