ମହାରାଷ୍ଟ୍ର ରାଜ୍ୟପାଳଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନା ସଂକ୍ରମିତ

ମହାରାଷ୍ଟ୍ର ରାଜନୈତିକ ମହାସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନା ସଂକ୍ରମିତ ହୋଇଛନ୍ତି। ଏହାସହିତ ଉଦ୍ଧବ ଠାକରେ ଖବୁଶୀଘ୍ର ଇସ୍ତଫା ଦେଇପାରନ୍ତି ବୋଲି ଖବର ମଧ୍ୟ ସାମ୍ନାକୁ ଆସୁଛି। ଏହି ସୂଚନା କଂଗ୍ରେସ ନେତା କମଲନାଥ ସ୍ପଷ୍ଟ କରିଛନ୍ତି ।
ଏହା ପୂର୍ବରୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ବି କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ତାଙ୍କୁ ମୁମ୍ବାଇର ଏଚଏନ ରିଲାଏନ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି ।
କମଲନାଥଙ୍କୁ କଂଗ୍ରେସ ମହାରାଷ୍ଟ୍ରରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଦିଆଯାଇଛି । କଂଗ୍ରେସ ବିଧାୟକଙ୍କ ସହ ତାଙ୍କର ଏକ ବୈଠକ ମଧ୍ୟ ହୋଇଥିଲା । ଏହା ପରେ କମଲ ନାଥ ଗଣମାଧ୍ୟମକୁ କହିଥିଲେ ଯେ ଉଦ୍ଧବ ଠାକରେଙ୍କୁ ଭେଟି ପାରିଲେନି । କାରଣ ସେ କରୋନା ସଂକ୍ରମିତ ହୋଇଛନ୍ତି । ଏହା ପରେ ସେ ଶରଦ ପାଓ୍ୱାରଙ୍କୁ ଭେଟିବାକୁ ଯିବେ ବୋଲି କହିଛନ୍ତି ।
Maharashtra Governor Bhagat Singh Koshyari admitted to HN Reliance Foundation hospital, Mumbai today for #COVID19 treatment: Sources
(File photo) pic.twitter.com/8KE8dplZua
— ANI (@ANI) June 22, 2022
୧୭ ଜୁନ୍କୁ ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ରାଜ୍ୟପାଳ ପଜିଟିଭ ହେବା ପରେ ଉଦ୍ଧବ ଠାକରେ ମଧ୍ୟ କରୋନା ପଜିଟିଭ ହୋଇଛନ୍ତି।