ମହାରାଷ୍ଟ୍ର ସଚିବାଳୟର ତୃତୀୟ ମହଲାରୁ ଡେଇଁଲେ ଉପବାଚସ୍ପତି ନରହରି ଜିରୱାଲ

ମହାରାଷ୍ଟ୍ର ସଚିବାଳୟର ତୃତୀୟ ମହଲାରୁ ଡେଇଁଲେ ଉପବାଚସ୍ପତି । ସଚିବାଳୟରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଘଟିଥିଲା ଏଭଳି ଅଭାନୀୟ ଘଟଣା । ଧାଙ୍ଗର ସମ୍ପ୍ରଦାୟକୁ ଏସ୍‌ଟି ମାନ୍ୟତା ଦାବିରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ସଚିବାଳୟର ତୃତୀୟ ମହଲାରୁ ଡେଇଁପଡ଼ିଥିଲେ ଉପବାଚସ୍ପତି ନରହରି ଜିରୱାଲ ।

ଅଜିତ ପାୱାରଙ୍କ ଏନ୍‌ସିପି ଦଳର ବିଧାୟକ ଅଛନ୍ତି ନରହରି ଜରିୱାଲ । ଧାଙ୍ଗର ସମ୍ପ୍ରଦାୟକୁ ଏସ୍‌ଟି ମାନ୍ୟତା ଦାବିରେ ବହୁ ଆଦିବାସୀ ନେତା ସଚିବାଳୟର ଦ୍ୱିତୀୟ ମହଲାରେ ପହଞ୍ଚି ବିକ୍ଷୋଭ ସହ ନାରାବାଜୀ କରିଥିଲେ । ପୋଲିସ ଆନ୍ଦୋଳନକାରୀ ମୁହାଁମୁହିଁ ବେଳେ ଉପବାଚସ୍ପତି ନରହରି ଜିରୱାଲ ତୃତୀୟ ମହଲାରୁ ଡେଇଁ ପଡ଼ିଥିଲେ ।

ତେବେ କୋଠାରେ ଲାଗିଥିବା ଜାଲରେ ସେ ସୁରକ୍ଷିତ ଭାବେ ପଡ଼ିଥିଲେ । ସେଠାରୁ ତାଙ୍କୁ ପୋଲିସ ଉଦ୍ଧାର କରିଥିଲା ।

କୁହାଯାଉଛି ଯେ ଉପବାଚସ୍ପତି ନରହରି ଜିରୱାଲଙ୍କ ପରେ ଅନ୍ୟ କେତେଜଣ ଆଦିବାସୀ ବିଧାୟକ ମଧ୍ୟ ଡେଇଁ ପଡ଼ିଥିଲେ । ଯଦିଓ କୋଠାରେ ଲାଗିଥିବା ଜାଲ ଯୋଗୁ ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିଲେ ।