ପରିବାର ସାଙ୍ଗରେ ଭୋଟ୍ ଦେଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର । ଆଜି ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ଭୋଟିଂ ଚାଲିଛି । ଏହାରି ମଧ୍ୟରେ ମହାନ କ୍ରିକେଟର ସଚିନ ତେନ୍ଦୁଲକର ମୁମ୍ବାଇର ଏକ ମତଦାନ କେନ୍ଦ୍ରକୁ ଯାଇ ନିଜର ମତସାବ୍ୟସ୍ତ କରିଛନ୍ତି । ପତ୍ନୀ ଅଞ୍ଜଳି ଓ ଝିଅ ସାରାଙ୍କ ସହ ତେନ୍ଦୁଲକର ମତଦାନ କେନ୍ଦ୍ରରେ ଜଲଦି ପହଞ୍ଚି ଯାଇଥିଲେ । ଏହା ସହିତ ସେ ସାଥୀ ନାଗରିକମାନଙ୍କୁ ଗଣତାନ୍ତ୍ରିକ କର୍ତ୍ତବ୍ୟ ପାଳନ କରିବାକୁ ମଧ୍ୟ ଅପିଲ୍ କରିଛନ୍ତି ।
ପରିବାର ସହିତ ଭୋଟ୍ ଦେଇଛନ୍ତି ସଚିନ । ଭାରତର ଏହି ପୂର୍ବତନ ଅଧିନାୟକଙ୍କୁ ନିର୍ବାଚନ ଆୟୋଗ (ଇସିଆଇ) ଜାତୀୟ ଆଇକନ ରୂପେ ନିଯୁକ୍ତ କରିଥିଲେ । ଏବେ ସେ ଭୋଟର ଅଂଶଗ୍ରହଣ ବିଷୟରେ ସଚେତନତା ସୃଷ୍ଟି କରୁଛନ୍ତି ।
ଭୋଟ୍ ଦେବା ପରେ ସଚିନ ତେନ୍ଦୁଲକର କହିଛନ୍ତି, ‘ମୁଁ ଅନେକ ଦିନରୁ ନିର୍ବାଚନ ଆୟୋଗଙ୍କ ଆଇକନ ରହିଛି । ସମସ୍ତଙ୍କୁ ମୁଁ ମେସେଜ୍ ଦେଉଛି କି ସମସ୍ତେ ଭୋଟ୍ ଦିଅନ୍ତୁ । ଏହା ଆମର କର୍ତ୍ତବ୍ୟ । ମୁଁ ସମସ୍ତଙ୍କୁ ବାହାରକୁ ଆସି ମତଦାନ କରିବାକୁ ଅପିଲ୍ କରୁଛି’ ।
ତେନ୍ଦୁଲକର ମତଦାନ କେନ୍ଦ୍ରରେ ଅଧିକାରୀମାନଙ୍କ ଦ୍ୱାରା କରାଯାଇଥିବା ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ । ମତସାବ୍ୟସ୍ତ କରିବା ପରେ ତେନ୍ଦୁଲକର, ଅଞ୍ଜଳି ଓ ସାରା କାଳି ଲାଗିଥିବା ଆଙ୍ଗୁଠି ଦେଖାଇ ଗଣମାଧ୍ୟମ ସାମ୍ନାରେ ପୋଜ୍ ଦେଇଥିଲେ ।
କହି ରଖୁଛୁ, ଆଜି ଦେଶରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ପାଇଁ ନିର୍ବାଚନ ଚାଲିଛି । କଡ଼ା ସୁରକ୍ଷାରେ ମତଦାନ ଜାରି ରହିଛି । ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏ ଭୋଟ ଗ୍ରହଣ ହେବ । ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ରର ସମସ୍ତ ୨୮୮ ଆସନ ପାଇଁ ଭୋଟିଂ ହେଉଛି ।
#WATCH | Mumbai: Former Indian Cricketer Sachin Tendulkar, his wife Anjali Tendulkar and their daughter Sara Tendulkar, show their inked fingers after casting vote for #MaharashtraAssemblyElections2024 pic.twitter.com/ZjHix46qmb
— ANI (@ANI) November 20, 2024