ସରିଲା ମହାରାଷ୍ଟ୍ରରେ ମହାନାଟକ, ସରକାର ଗଠନ କରିବ ବିଜେପି

ନୂଆଦିଲ୍ଲୀ : ସରିଲା ମହାରାଷ୍ଟ୍ରରେ ମହାନାଟକ । ଶେଷ ହୋଇଛି ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ। ମହାରାଷ୍ଟ୍ରରେ ସରକାର ଗଠନ କରିବ ବିଜେପି। ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।  ଏପର୍ଯ୍ୟନ୍ତ ନୂଆ ସରକାର ଗଠନ ହୋଇ ନଥିବା ବେଳେ  ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶୟାରୀ । ଦେବେନ୍ଦ୍ର ଫଡ୍‌ନାବିସ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ। ମହାରାଷ୍ଟ୍ରରେ ଏକକ ସଂଖ୍ୟାଗରିଷ୍ଠ ଦଳ ହେଉଛି BJP। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ୧୦୫ଟି ଆସନ ଜିତିଛି। ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳ ନିମନ୍ତ୍ରଣ କରିଛନ୍ତି। ଏଥିପାଇଁ ବିଜେପିକୁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ୧୧ତାରିଖରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.