ମୁସଲିମ ଛାତ୍ରଛାତ୍ରୀଙ୍କୁ ମହାରାଷ୍ଟ୍ର ସରକାରଙ୍କ ଭେଟି, ସ୍କୁଲ ଓ କଲେଜରେ ମିଳିବ ୫ ପ୍ରତିଶତ ସଂରକ୍ଷଣ

ମହାରାଷ୍ଟ୍ର: ମୁସଲିମ ବର୍ଗଙ୍କୁ ମହାରାଷ୍ଟ୍ର ସରକାରଙ୍କ ଭେଟି। ମୁସଲିମ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଯୋଜନା ଆଣୁଛନ୍ତି ମହାରାଷ୍ଟ୍ର ସରକାର। ଶିକ୍ଷା କ୍ଷେତ୍ରରେ ମୁସଲିମ୍‌ ଛାତ୍ରଛାତ୍ରୀଙ୍କୁ ମିଳିବ ୫ ପ୍ରତିଶତ ସଂରକ୍ଷଣ। ସ୍କୁଲ ଓ କଲେଜରେ ଏହି ସଂରକ୍ଷଣ ଲାଗୁ ହେବ।
ଖୁବ୍‌ ଶୀଘ୍ର ଏ ନେଇ ମହାରାଷ୍ଟ୍ର ବିଧାନସଭାରେ ବିଲ ଆସିବ। ବଜେଟ୍‌ ଅଧିବେଶନରେ ଏହି ବିଲ ଆସିବ ବୋଲି ସୂଚନା ଦେଇଛନ୍ତି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ନଓ୍ଵାବ ମଲ୍ଲିକ। କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ପୂର୍ବର ଶିବସେନା-ବିଜେପି ମେଣ୍ଟ ସରକାର ଏହାକୁ କାର୍ଯ୍ୟକାରୀ କରି ନଥିଲେ ବୋଲି ସେ କହିଛନ୍ତି। .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.