ଦେଶ ବିଦେଶ

ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ଦେଲେ ଇସ୍ତଫା, ପରମବୀର ସିଂହ ଲଗାଇଥିଲେ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ ଅଭିଯୋଗ

ମୁମ୍ବାଇ :  ବହୁ ରାଜନୈତିକ କସରତ ପରେ ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ଶେଷରେ ଦେଲେ ଇସ୍ତଫା । ତାଙ୍କ ନାମରେ ମାସିକ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଣିଥିଲେ ପୂର୍ବ ପୋଲିସ କମିଶନର ପରମବୀର ସିଂହ । ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଲ୍‌ଚଲ୍‌ ଆରମ୍ଭ ହୋଇଥିଲା । ପୂର୍ବ ପୋଲିସ କମିଶନର ପରମବୀର ସିଂହ ଏ ନେଇ ହାଇକୋର୍ଟରେ ମଧ୍ୟ ମାମଲା ରୁଜୁ କରିଥିଲେ ।

ହାଇକୋର୍ଟ ମାମଲାକୁ ଗମ୍ଭୀର ବୋଲି କହିବା ସହ ସିବିଆଇ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୧୫ ଦିନ ମଧ୍ୟରେ ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଏଫଆଇଆର୍‌ ଦାଖଲ ହୋଇସାରିଛି । ଏହାର ଯାଞ୍ଚ ପୋଲିସ ଉପରେ ନିର୍ଭର କରୁନାହିଁ । ମାମଲା ଯେହେତୁ ଗମ୍ଭୀର, ତେଣୁ ଏହାର ନିରପେକ୍ଷ ସିବିଆଇ ଯାଞ୍ଚ ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ରାଜନୈତିକ ପ୍ରତିକ୍ରିୟା ଆରମ୍ଭ ହୋଇଯାଇଛି । ମହାରାଷ୍ଟ୍ର ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ୍‌ ହପ୍ତା ଅସୁଲି ଖୁବ୍‌ ଶୀଘ୍ର ସାମ୍ନାକୁ ଆସିବ ବୋଲି କହିଛନ୍ତି । ଫଳରେ ଆଜି ଗୃହମନ୍ତ୍ରୀ ପଦରୁ ଅନୀଲ ଦେଶମୁଖ ଇସ୍ତଫା ଦେଇଛନ୍ତି ।

ପ୍ରକାଶଯୋଗ୍ୟ ଯେ ଏଣ୍ଟିଲିଆ ମାମଲାରେ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ବାଜେଙ୍କୁ ଗିରଫ କରାଯିବା ସହ ପୋଲିସ କମିଶନର ପରମବୀର ସିଂହଙ୍କୁ ବଦଳି କରିଥିଲେ । ତେବେ ତାଙ୍କର ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ ହୋଇ ନଥିବାରୁ ଏହା ଆଇନ ବିରୁଦ୍ଧ ବୋଲି ଅଭିଯୋଗ କରି ପରମବୀର ହାଇକୋର୍ଟରେ ମାମଲା ଦାୟର କରିଥିଲେ ।

ପରମବୀର ନିଜ ବଦଳିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯିବା ସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମଧ୍ୟ ପତ୍ର ଲେଖିଥିଲେ ଯେ ସଚିନ ବାଜେଙ୍କୁ ମାସିକ ୧୦୦ କୋଟି ଚାନ୍ଦା ଆଦାୟ ପାଇଁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଅନିଲ ଦେଶମୁଖ ବିରୋଧରେ ପରମବୀର ମଧ୍ୟ ସୁପ୍ରିମକୋର୍ଟ ଯାଇଥିଲେ । ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ଉପରେ ହାଇକୋର୍ଟ ନିଷ୍ପତ୍ତି ନେଇଥିଲେ ।

Niharanjan

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

17 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

25 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

42 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago