ମହାରାଷ୍ଟ୍ରରେ ୧୧ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ ଓ ସପ୍ତାହାନ୍ତ ଲକ୍‌ଡାଉନ୍‌, ଘରେ ରହି କାମ କରିବାକୁ ନିର୍ଦ୍ଦେଶ

ମୁମ୍ବାଇ :  ବଢ଼ୁଥିବା କରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଆଜିଠୁ ୧୧ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ ଜାରି କରିଛନ୍ତି । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସପ୍ତାହରେ ଗୋଟିଏ ଦିନ ପୂର୍ଣ୍ଣ ଲକ୍‌ଡାଉନ୍‌ ରହିବ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ନାଇଟ୍‌ କର୍ଫ୍ୟୁ ରାତି ୮ଟାରୁ ସକାଳ ୭ ଟା ଯାଏ ବଳବତ୍ତର ରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବା ଖୋଲା ରହିବ । ଥିଏଟର, ଖେଳ ପଡ଼ିଆ, ପାର୍କ ଆଦି ବନ୍ଦ ରହିବ । ନିର୍ମାଣ କାର୍ଯ୍ୟ, ଶିଳ୍ପ ଭିତ୍ତିକ କାର୍ଯ୍ୟକ୍ରମ ଏବଂ ମାର୍କେଟ ଆଦି କୋଭିଡ ନିୟମ ଅନୁଯାୟୀ କାମ କରିବ । ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ ଷ୍ଟାପ୍‌ରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହୋଟେଲ ଓ ରେଷ୍ଟୁରାଣ୍ଟରୁ କେବଳ ପାର୍ସଲ ନିଆଯାଇପାରିବ ।

ତେବେ ସ୍ଥିତି ଗମ୍ଭୀର ହେଲେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଇପାରେ ବୋଲି ମହାରାଷ୍ଟ୍ରର ମନ୍ତ୍ରୀ ଅସ୍‌ଲମ୍‌ ଶେକ୍‌ କହିଛନ୍ତି । ଗତ ଶନିବାର କେବଳ ଗୋଟିଏ ଦିନରେ ୪୭ ହଜାରରୁ ଅଧିକ ନୂଆ କରୋନା ସଂକ୍ରମଣ ସାମ୍ନାକୁ ଆସିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.