ମହାରାଷ୍ଟ୍ରରେ ଜୁନ୍‌ ୧୫ ଯାଏ ବଢିଲା ଲକଡାଉନ୍‌ , ଶିଶୁଙ୍କ ସ୍ୱତନ୍ତ୍ର ଯତ୍ନ ନେବାକୁ ଉଦ୍ଧବ ଠାକରେଙ୍କ ପରାମର୍ଶ

ମହାରାଷ୍ଟ୍ର: ତୃତୀୟ ୱେଭ୍‌ ସଂକ୍ରମଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ମହାରାଷ୍ଟ୍ର ସରକାର। ମେ ମାସରେ ଅହମେଦନଗର ଜିଲ୍ଲାରେ ୮ ହଜାର ଶିଶୁ କରୋନା ସଂକ୍ରମିତ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ତୃତୀୟ ୱେଭରେ ଶିଶୁଙ୍କୁ ଅଧିକ ସଂକ୍ରମଣ ହେବାର ଭୟ ଥିବାରୁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସଙ୍ଗଲି ସହରରେ ଶିଶୁମାନଙ୍କ ପାଇଁ  ସ୍ୱତନ୍ତ୍ର କରୋନା ଓ୍ଵାର୍ଡ କରାଯାଇଛି।

ଅନ୍ୟ ମହାରାଷ୍ଟ୍ରରେ ଜୁନ୍‌ ୧୫ ଯାଏ ଲକଡାଉନ୍‌ ଅବଧି ବୃଦ୍ଧି କରିଛନ୍ତି ସରକାର।  ସଂକ୍ରମଣ କମୁଥିଲେ ବି ବିପଦ ଏପଯ୍ୟନ୍ତ ଟଳିନି। ତୃତୀୟ ୱେଭରେ ଶିଶୁମାନଙ୍କୁ ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଛି। ସେମାନଙ୍କ ପାଖରେ ରୋଗପ୍ରତିରୋଧକ ଶକ୍ତି ଅଧିକ ଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ମାତ୍ର ସେମାନଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ଆମକୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.