ମହିଳାଙ୍କ ସୁରକ୍ଷା ପାଇଁ ବାର୍ତ୍ତା ଦେଲେ ମନ୍ତ୍ରୀ, କହିଲେ ପର୍ସରେ ରଖ ଛୁରୀ ଓ ଲଙ୍କା ଗୁଣ୍ଡ

ନୁଆଦିଲ୍ଲୀ : ମହାରାଷ୍ଟ୍ରର ମନ୍ତ୍ରୀ ଗୁଲାବରାଓ ପାଟିଲ କହିଛନ୍ତି ମହିଳାମାନେ ଆତ୍ମସୁରକ୍ଷା ପାଇଁ ନିଜ ପର୍ସରେ ଛୁରୀ, ଲଙ୍କା ପାଉଡର ସହିତ ଲିପଷ୍ଟିକ୍ ରଖିବା ଉଚିତ । ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ  ଶନିବାର ଦିନ  ସେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇଥିଲେ ।

ବରିଷ୍ଠ ଶିବସେନା ନେତା ମହିଳା ସଶକ୍ତିକରଣ ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ଆଲୋକପାତ କରିଥିଲେ ।  ଯେଉଁଥିରେ MSRTC ବସ୍ ଭଡ଼ା ଅଧା ହ୍ରାସ କରିବା , ଲଡକି ବାହାନ ଯୋଜନା ଏବଂ ଝିଅମାନଙ୍କ ପାଇଁ ମାଗଣା ଶିକ୍ଷା  ସାମିଲ ହୋଇଛି ।

ସେ କହିଛନ୍ତି  ଯଦି ଆମ ଆମେ ମହିଳା ସଶକ୍ତିକରଣ ବିଷୟରେ କଥା ହେଉଛେ  କିନ୍ତୁ ଆଜି ବି ମହିଳା ମାନେ ଅସୁରକ୍ଷିତ ରହିଛନ୍ତି ।  ସମାଜରେ ମହିଳାମାନଙ୍କୁ ନେଇ  ଖରାପ ଘଟଣା ଘଟିଯାଉଛି । ସେ ଆହୁରି କହିଛନ୍ତି ଯେ ଯେତେବେଳେ ଶିବସେନାର ପ୍ରତିଷ୍ଠାତା ବାଲ୍ ଠାକରେ ସମାନ ପ୍ରସଙ୍ଗ ଉଠାଇଥିଲେ  ।

ସେମାନଙ୍କ ପର୍ସରେ ରାମପୁରୀ ଛୁରୀ ଏବଂ ଲଙ୍କା ପାଉଡର ରଖିବାକୁ ଅନୁରୋଧ କରିଥିଲେ, ସାମ୍ବାଦିକମାନେ ଏଥିପାଇଁ ତାଙ୍କୁ କଡ଼ା ସମାଲୋଚନା କରିଥିଲେ ।  କିନ୍ତୁ ଆଜି ମଧ୍ୟ ସମାନ ପରିସ୍ଥିତି ।  ଆତ୍ମସୁରକ୍ଷା ପାଇଁ ଆଜି ଯୁବତୀମାନଙ୍କୁ  ଏପରି ଜିନିଷ ବହନ କରିବା  ମୋର ଅନୁରୋଧ ବୋଲି  ପାଟିଲ କହିଛନ୍ତି  ।

Also read : ରେଳରେ ଏକୁଟିଆ ଯାତ୍ରା କରୁଥିବା ମହିଳାଙ୍କ ସୁରକ୍ଷା ପାଇଁ ଆରମ୍ଭ ହେଲା ଅପରେସନ “ମେରୀ ସହେଲି”