ମହାରାଷ୍ଟ୍ରରେ ମହାଡ୍ରାମା, ରାଜନୈତିକ ଅସ୍ଥିରତା ଯୋଗୁ ଭାଙ୍ଗିପାରେ ସରକାର

ମହାରାଷ୍ଟ୍ରରେ ମହାଡ୍ରାମା। ରୋଚକ ମୋଡ଼ରେ ମହାରାଷ୍ଟ୍ରର ରାଜନୀତି। ଘଡ଼ିକେ ଘୋଡ଼ା ଛୁଟୁଛି। ଏକନାଥ ସିନ୍ଦେଙ୍କ ବିଦ୍ରୋହ ଭିତରେ ଆଜି ବ୍ୟାକ୍ଫୁଟକୁ ଯାଇଛି ଶିବସେନା। ବଡ଼ ବୟାନ ରଖିଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ। ସଞ୍ଜୟ କହିଛନ୍ତି, ମହାବିକାଶ ଅଘାଡ଼ି ମେଣ୍ଟ ସରକାରରୁ ଓହରିବାକୁ ଶିବସେନା ପ୍ରସ୍ତୁତ। ବିଦ୍ରୋହୀ ବିଧାୟକମାନେ ୨୪ ଘଣ୍ଟା ଭିତରେ ଗୁଆହାଟୀ ଛାଡ଼ି ମୁମ୍ବାଇ ଫେରନ୍ତୁ ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରନ୍ତୁ। ସେମାନେ ଏନସିପି, କଂଗ୍ରେସ ସହ ରହିବାକୁ ଚାହୁଁ ନଥିଲେ ମେଣ୍ଟ ସରକାରରୁ ଶିବସେନା ଓହରିବାକୁ ପ୍ରସ୍ତୁତ ଅଛି। ସେମାନଙ୍କର ଦାବି ଉପରେ ବିଚାର କରାଯିବ ବୋଲି କହିଛନ୍ତି ସଞ୍ଜୟ ରାଉତ। ସକାଳେ ସେ କହିଥିଲେ, ବିଦ୍ରୋହୀ କ୍ୟାମ୍ପର ୨୧ ବିଧାୟକ ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି। ସେମାନେ ଫେରିବେ ବୋଲି ଦମ୍ଭୋକ୍ତି ଦେଖାଇଥିଲେ ସଞ୍ଜୟ ରାଉତ।
ଅନ୍ୟପଟେ ଏକନାଥ ସିନ୍ଦେ କ୍ୟାମ୍ପ ପ୍ରତି ସମର୍ଥନ ବଢୁଛି। ମୋଟ୍ ୪୨ ଜଣ ବିଧାୟକ ଏକନାଥ ସିନ୍ଦେଙ୍କ ସହ ଗୁଆହାଟୀରେ ଅଛନ୍ତି। ସେମାନଙ୍କ ଭିତରେ ଶିବସେନାର ୩୪ ଜଣ ଓ ୮ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି। ସଞ୍ଜୟ ରାଉତଙ୍କ ବୟାନ ପରେ କଂଗ୍ରେସ ଓ ଏନ୍ସିପି ବିଧାୟକଙ୍କ ଜରୁରୀ ବୈଠକରେ ଆଲୋଚନା ହୋଇଛି। ସରକାର ବଞ୍ଚାଇବାକୁ ସମସ୍ତ ପ୍ରକାର ଉଦ୍ୟମ ଚାଲିଥିବା କହିଛି ଏନ୍ସିପି। କଂଗ୍ରେସ ଅଭିଯୋଗ କରିଛି, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ଭଳି ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରୁଛି ବିଜେପି।
Maharashtra is in a political crisis. The richest state in India with country’s financial capital Mumbai as its capital is witnessing a major tug-of-war that may even result in Chief Minister #UddhavThackeray‘s government collapsing.https://t.co/NCRmxN6s0L
— WION (@WIONews) June 23, 2022
ସୂଚନାଯୋଗ୍ୟ ଯେ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏବେ ଶିବସେନାର ୫୫ ଜଣ ବିଧାୟକ ଅଛନ୍ତି। ଶିବସେନାର ୩୪ ବିଧାୟକ ଏକନାଥଙ୍କୁ ସମର୍ଥନ କରିବା ପରେ ମେଣ୍ଟ ୧୬୫ରୁ ୧୩୧କୁ ଖସି ଆସିବ। ଫଳରେ ମହାବିକାଶ ଅଘାଡ଼ି ମେଣ୍ଟ ସଂଖ୍ୟା ଗରିଷ୍ଠତା ହରାଇବ। ମେଣ୍ଟରେ ଶିବସେନା ବିଧାୟକଙ୍କ ସଂଖ୍ୟା ୨୧କୁ ଖସି ଆସିବ। ଦଳ ବଦଳ ଆଇନ ଅନୁସାରେ, ଅଯୋଗ୍ୟ ହେବାକୁ ବର୍ତ୍ତିବା ପାଇଁ ସିନ୍ଦେଙ୍କୁ ୩୭ ଜଣ ବିଧାୟକଙ୍କ ସମର୍ଥନ ଦରକାର। ପୂର୍ବରୁ ୧୯୯୪ ଏସ. ଆର୍. ବୋମାଇ କେସରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ ସୁପ୍ରିମକୋର୍ଟ। ଫ୍ଲୋର ଟେଷ୍ଟ ହିଁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାରେ ନିର୍ଣ୍ଣାୟକ ହେବ।
Also Read: ୮ମରୁ ୧୦ମ ପିଲାଙ୍କ ପାଇଁ ଆରମ୍ଭ ହେଲା ଉନ୍ନତି ସ୍କଲାରସିପ୍, ମିଳିବ ୩୬ ହଜାର ଟଙ୍କା