ମହାରାଷ୍ଟ୍ରରେ ଥମୁନି ବିବାଦ, ଏପଟେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସରକାର ଆରମ୍ଭ କରିଦେଲାଣି କାର୍ଯ୍ୟ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ନୂଆ ସରକାରକୁ ନେଇ ବିବାଦର ଲଢେଇ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସରକାର କାର୍ଯ୍ୟ ଆରମ୍ଭ କରିଦେଇଛି। ଦୁଇଦିନର ରାଜନୈତିକ ହଲଚଲ ପରି ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଫଡନଭିସ ଓ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ ବୈଠକ ବସିଥିଲା। ଫଡନଭିସଙ୍କ ବାସଭବନରେ ବସିଥିବା ଏହି ବୈଠକ ଏକଘଣ୍ଟା ଧରି ଚାଲିଥିଲା। ବୈଠକରେ ଅଦିନିଆ ବର୍ଷାରେ ଫସଲ ନଷ୍ଟ ଦ୍ୱାରା ପ୍ରଭାବିତ ଚାଷୀଙ୍କୁ ଅତିରିକ୍ତ ସହାୟତା ପ୍ରଦାନ ନେଇ ଆଲୋଚନା ହୋଇଥିଲା। ଆଜି ମୁଖ୍ୟ ଶାସନ ସଚିବ ଓ ଅର୍ଥ ବିଭାଗ ସଚିବଙ୍କୁ ନେଇ ବୈଠକ ହେବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.