କୋଭିଶିଲ୍ଡ ଟିକା ନେବା ପରେ ଫେରିଲା ୭୦ ବର୍ଷୀୟା ବୃଦ୍ଧାଙ୍କ ଦୃଷ୍ଟିଶକ୍ତି

ନିୟମିତ କରୋନା ଟିକା ବିଷୟରେ ଅନେକ ବିଚଳିତ କଲା ଖବର ଶୁଣିବାକୁ ମିଳିଛି। ଅନେକ ଲୋକ ଟିକାକରଣ କରିସାରିଥିଲେ ମଧ୍ୟ ଏବେ ବି ଅନେକ ଲୋକ ଏଥିରୁ ବଞ୍ଚିତ ରହିଛନ୍ତି। ଏହି ଟିକାକୁ ନେଇ ଅନେକ କିଛି ଭୁଲ ଧାରଣା ଏବେ ବି ଲୋକଙ୍କ ଭିତରେ ଚାଲିଛି । ଏବେ ସୁଦ୍ଧା ବହୁ ସଂଖ୍ୟକ ଲୋକ ଟିକା ନେଇ ସାରିଲେଣି । ହେଲେ ଏବେ ବି ଅନେକ ଲୋକ ଅଛନ୍ତି, ଯିଏକି ଟିକା ନେବାକୁ ପଛଘୁଞ୍ଚା ଦେଉଛନ୍ତି । ଅବଶ୍ୟ, କେତେକ ସ୍ଥାନରେ ଟିକା ନେଇଥିବା ନାଗରିକମାନେ ସକରାତ୍ମକ ଫଳ ପାଉଥିବା ଦେଖିବାକୁ ମିଳିଛି ।

ଖବର ମୁତାବିତ, ମହାରାଷ୍ଟ୍ର ୱାଶିମ୍‌ ଜିଲ୍ଲାର ଜଣେ ମହିଳା କୋରୋନା ଟିକା ନେବାପରେ ତାଙ୍କ ଦୃଷ୍ଟିଶକ୍ତି ଫେରି ପାଇଛନ୍ତି। ୱାଶିମ୍ ଜିଲ୍ଲାର ବେନ୍ଦରୱାଡିର ଜଣେ ୭୦ ବର୍ଷ ବୟସ୍କା ମହିଳା ମଥୁରାବାଇ ବିଡଭେ, ଗତ ନଅ ବର୍ଷ ଧରି ଏକ ଅନ୍ଧକାରରେ ଜୀବନ ବିତାଉଥିଲେ। ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ଆଖି ଡୋଳା ଧଳା ପଡ଼ି ଯାଇଥିଲା । ସେ ତାଙ୍କ ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଭାବେ ହରାଇ ଦେଇଥିଲେ। ସେ ମଥୁରାବାଇ ଜଲନା ଜିଲ୍ଲାର ପାର୍ଟୁରର ମୂଳ ବାସିନ୍ଦା । ସେ ନିଜ ସମ୍ପର୍କୀୟମାନଙ୍କ ସହିତ ରିସୋଦ ତହସିଲରେ ରୁହନ୍ତି ।

ମଥୁରାବାଇ ଜୁନ୍ ୨୬ ରେ କୋଭିଶିଲ୍ଡ ଟିକା ର ପ୍ରଥମ ମାତ୍ରା ନେଇଥିଲେ। ସେ ଦାବି କରିଛନ୍ତି ଯେ ଗୋଟିଏ ଆଖିରୁ ସେ ୩୦ ରୁ ୪୦ ପ୍ରତିଶତ ଦୃଷ୍ଟିଶକ୍ତି ଲାଭ କରିଛନ୍ତି । ଟିକା ନେବାର ଗୋଟିଏ ଦିନ ପରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.