ମହାରାଷ୍ଟ୍ର ସରକାର ଆଣୁଛନ୍ତି ନୂଆ ଆଇନ, ଧର୍ଷଣକାରୀଙ୍କୁ ଏଥର ମୃତ୍ୟୁଦଣ୍ଡ

ମହାରାଷ୍ଟ୍ର ସରକାର ଖୁବ୍‌ ଶୀଘ୍ର ଧର୍ଷଣ ଅପରାଧୀଙ୍କ ପାଇଁ ଆରମ୍ଭ କରିବେ ମୃତ୍ୟୁ ଦଣ୍ଡ । ଏନେଇ ଶକ୍ତ ଆଇନ ‘ଶକ୍ତି ଲ‘ କୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । ଆଗାମୀ ବିଧାନସଭାରେ ଏହା ପାରିତ ହେଲେ ଆଇନରେ ପରିବର୍ତ୍ତନ ହୋଇଯିବ ଓ ରାଜ୍ୟରେ ଧର୍ଷଣ ଅପରାଧ ନେଇ କଡ଼ା ଆଇନ ଲାଗୁହେବ ।

ଭାରତରେ ଧର୍ଷଣ ସମାଜ ପାଇଁ କେବଳ ଏକ ଅଭିଶାପ ନୁହେଁ ଏହା ସଭ୍ୟ ସମାଜ ପାଇଁ ଏକ ବଡ଼ ବିପଦ । ପୂର୍ବରୁ ଧର୍ଷଣକାରୀଙ୍କ ପାଇଁ ଭାରତରେ ମୃତ୍ୟୁ ଦଣ୍ଡ ନଥିଲା । ହେଲେ ନିର୍ଭୟ ଗ୍ୟାଙ୍ଗ୍‌ ରେପ୍‌ ପରେ ଦେଶରେ ଶକ୍ତ ଆଇନ ପ୍ରଣୟନ ନେଇ ଆନ୍ଦୋଳନ ଜାରି ରହିଥିଲା । ଫଳରେ ଆଇନଜ୍ଞମାନେ ଧର୍ଷଣ ଅପରାଧ ପାଇଁ ମୃତ୍ୟୁ ଦଣ୍ଡ ଦେବା ନେଇ ବିଚାର ବିମର୍ଶ କରିଥିଲେ ।

ଶେଷରେ ନିର୍ଭୟା ଅପରାଧୀଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା । ସେହିପରି ଏବେ ମହାରାଷ୍ଟ୍ର ସରକାର ଧର୍ଷଣ, ଏସିଡ୍‌ ଆକ୍ରମଣ ଏବଂ ନାବାଳିକାଙ୍କ ଯୈାନ ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡ ଦେବା ନେଇ ଆଇନ ଗଠନ କରିଥିବା ‘ ଶକ୍ତି ଲ’ କୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛନ୍ତି । ଏହି ବିଲ୍‌ ଆସନ୍ତା ବିଧାନସଭା ଅଧିବେସନରେ ପାରିତ ହେବ ।

ପ୍ରକାଶଯୋଗ୍ୟ ଯେ ଆସନ୍ତା ସୋମବାର ଠାରୁ ମହାରାଷ୍ଟ୍ର ବିଧାନସଭା ଆରମ୍ଭ ହେବାକୁ ଯାଉଛି । ସରକାରଙ୍କର ଏହି ନିଷ୍ପତ୍ତିକୁ ସବୁ ବର୍ଗରୁ ସ୍ୱାଗତ କରାଯାଇଛି । ଦେଶରେ ଯେଉଁଭଳି ଧର୍ଷଣ ଅପରାଧ ବଢ଼ି ଚାଲିଛି ଏପରି ଏକ ଶକ୍ତ ଆଇନର ଆବଶ୍ୟକତା ରହିଛି ବୋଲି ସବୁ ବର୍ଗରେ ମତ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.