ମହାରାଷ୍ଟ୍ରରେ ୫୦-୫୦ ଫର୍ମୂଲାରେ ଅଟକିଛି ବିଜେପି-ଶିବସେନା ଅଙ୍କ, ମୁହାଁମୁହିଁ ଦୁଇ ରାଜନୈତିକ ଦଳ

୫୦-୫୦ ଫର୍ମୂଲାରେ ଅଟକିଛି ମହାରାଷ୍ଟ୍ର ସରକାର ଗଠନ। ମୁଖ୍ୟମନ୍ତ୍ରୀ ପଦ ପାଇଁ ୫ ଦିନର ଶୀତଳ ଯୁଦ୍ଧ ପରେ ଆଜି ମୁହାଁମୁହିଁ ହୋଇଛନ୍ତି ଦୁଇ ରାଜନୈତିକ ସହଯୋଗୀ ବିଜେପି ଓ ଶିବସେନା । ମୁଖ୍ୟମନ୍ତ୍ରୀ ପଦ ପାଇଁ ମେଣ୍ଟ ବେଳେ କୌଣସି ସର୍ତ୍ତ ନଥିଲା ବୋଲି ଫଡନାଭିସ୍ କହିବା ପରେ ଶିବସେନା କହିଛି କ୍ୟାମେରା ସାମ୍ନାରେ ଦେଇଥିବା ପ୍ରତିଶ୍ରୁତିକୁ ବାଏଁ ବାଏଁ ଫାଙ୍କି ଦେବାକୁ ବସିଛି ବିଜେପି । ସେପଟେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ବିଜେପି ରୋକଠୋକ୍ ମନା କରିବା ପରେ ଦୁଇ ଦଳ ମଧ୍ୟରେ ଅପରାହ୍‌ଣ ୪ଟାରେ ହେବାକୁ ଥିବା ଆଲୋଚନା ବାତିଲ କରିଛନ୍ତି ଉଦ୍ଧବ ଠାକ୍‌ରେ।

ବିଜେପି-ଶିବସେନା ମଧ୍ୟରେ ତୀବ୍ର ହେଉଛି ମୁଖ୍ୟମନ୍ତ୍ରୀ ଯୁଦ୍ଧ। ମହାରାଷ୍ଟ୍ର ସରକାର ଗଠନ ଅଟକିଛି ଦୁଇ ସହଯୋଗୀ ଦଳଙ୍କ ଝିଙ୍କାଟଣା ଭିତରେ। ଅଢେଇ ବର୍ଷ ପାଇଁ ଶିବସେନା ମୁଖ୍ୟମନ୍ତ୍ରୀ ପଦ ମାଗୁଛି ତ ବିଜେପି ଛାଡିବାକୁ ନାରାଜ। ଫଳାଫଳ ଆସିବା ପରେ ଆରମ୍ଭ ହୋଇଥିବା କ୍ଷମତା ଯୁଦ୍ଧ ଧୀରେ ଧୀରେ ତେଜିବାରେ ଲାଗିଛି। ନିଆଁରେ ଘିଅ ଢାଳିଛି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଓ ସଂଜୟ ରାଓ୍ଵତଙ୍କ ବୟାନ। ପାଞ୍ଚ ଦିନର ଶୀତଳ ଯୁଦ୍ଧ ପରେ ମୁହଁ ଖୋଲିଛନ୍ତି ଦେବେନ୍ଦ୍ର ଫଡନାଭିସ୍ । ଶିବସେନାର ଦାବିକୁ ସିଧା ସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି । କହିଛନ୍ତି, ଲୋକସଭା ନିର୍ବାଚନ ପୂର୍ବରୁ ମେଣ୍ଟ ବେଳେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଶ୍ରୁତି ମାଗି ନଥିଲା ସେନା। ସେ ପୂରା ପାଞ୍ଚ ବର୍ଷ ମୁଖ୍ୟମନ୍ତ୍ରୀ ହେବେ ଆଉ ମହାରାଷ୍ଟ୍ରକୁ ସ୍ଥିର ଓ ଦକ୍ଷ ସରକାର ଦେବେ ବୋଲି କହିଛନ୍ତି। ସେପଟେ ବିଜେପିର ଏଭଳି ଦାବି ପରେ ହମ୍‌ଲା କରିଛନ୍ତି ଶିବସେନାର ଟାଣୁଆ ନେତା ସଂଜୟ ରାଓ୍ଵତ। କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ନିଜେ ୫୦-୫୦ ଫର୍ମୁଲାକୁ ଅସ୍ୱୀକାର କରୁଛନ୍ତି, ଆମେ ତାଙ୍କ ସହ ଆଉ କି ଆଲୋଚନା କରିବୁ? ଅମିତ ଶାହଙ୍କ ଉପସ୍ଥିତିରେ ଏହି ପ୍ରସଙ୍ଗ ଉଠାଇଥିଲେ ଉଦ୍ଧବ ଠାକ୍‌ରେ। କ୍ୟାମେରା ସାମ୍ନାରେ କହିଥିବା କଥା ସେ ନିଜେ ଅସ୍ୱୀକାର କରୁଛନ୍ତି ।

କ୍ଷମତା ଭାଗବଣ୍ଟାକୁ ଫଡନାଭିସ୍ ଅସ୍ୱୀକାର କରିବା ପୂର୍ବରୁ, ଆଜି ପରୋକ୍ଷରେ ବିଜେପିକୁ ମିଥ୍ୟାବାଦୀ ବୋଲି ଆକ୍ଷେପ କରିଥିଲେ ସଞ୍ଜୟ ରାଓ୍ଵତ। କହିଥିଲେ, ଶିବସେନା ସତ୍ୟ ଉପରେ ରାଜନୀତି କରେ। ଆମ ପାଖରେ ବିକଳ୍ପ ମଧ୍ୟ ଅଛି। କିନ୍ତୁ ବିକଳ୍ପକୁ ଗ୍ରହଣ କରି ପାପ ମୁଣ୍ଡାଇବାକୁ ଆମର ଇଛା ନାହିଁ। ସରକାର ଗଠନରେ କାହିଁକି ବିଳମ୍ବ ହେଉଛି ପଚାରିବାରୁ କହିଥିଲେ, ଏଠି କେହି ଦୁଷ୍ୟନ୍ତ ନାହାନ୍ତି ଯାହାଙ୍କ ବାପା ଜେଲରେ ଅଛନ୍ତି।

କ୍ଷମତା ଲିପ୍‌ସା ଦୁଇ ମେଣ୍ଟ ଦଳ ମଧ୍ୟରେ ବ୍ୟବଧାନ ବୃଦ୍ଧି କରୁଥିବା ବେଳେ ମହାରାଷ୍ଟ୍ର ସରକାର ଗଠନ ନେଇ ରାଜନୈତିକ ମହଲରେ ଜୋର ଧରିଛି ଚର୍ଚ୍ଚା। ଆଲୋଚନା ହେଉଛି, ଯଦି ଦୁଇ ଦଳ ଏକାଠି ନହୁଅନ୍ତି, ତାହାଲେ କଣ ହେବ ପରବର୍ତ୍ତୀ ଗଣିତ ? ସରକାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ କି ଏନ୍‌ସିପି

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago