ମହାରାଷ୍ଟ୍ର ଓ ଗୋଆ ଭୋଗି ପାରନ୍ତି କେରଳ ଭଳି ଦଶା

ପୁନେ : ୨୦୧୧ରେ ପଶ୍ଚିମଘାଟ ପରିବେଶ ବିଶେଷଜ୍ଞ ଦେଇଥିବା ରିପୋର୍ଟକୁ କେରଳ ସରକାର କାର୍ଯକାରୀ କରି ନଥିଲେ । ୨୦୧୮ରେ ଯାହାର ଫଳ ଭୋଗିଛି ସାରା ରାଜ୍ୟ । ଏବେ ଭଳି ଦଶା ଭୋଗି ପାରନ୍ତି ମହାରାଷ୍ଟ୍ର ଓ ଗୋଆ । ଏଭଳି ଭବିଷ୍ୟବାଣୀ କରିଛନ୍ତି ବିଶିଷ୍ଟ ପରିବେଶ ବିଜ୍ଞାନୀ ମାଧବ ଗାଡଗିଲ । ତାଙ୍କ ମତରେ କେରଳ, ଗୋଆ ଓ ମହାରାଷ୍ଟ୍ରରେ ବର୍ଷାର ପରିମାଣ ସମାନ ନୁହେଁ । କିନ୍ତୁ ସମସ୍ୟା ଏକା । ନଦୀବନ୍ଧ ନିକଟରେ ବେଆଇନ୍ ନିର୍ମାଣ ଏବଂ ଖନନ ଯୋଗୁଁ ଭୂସ୍ଖଳନର ଆଶଙ୍କା ରହିଛି । ୨୦୧୪ରେ ପୁନେରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେଣୁ ଏବେଠାରୁ ସତର୍କ ରହିବା ସହ ସମସ୍ୟାର ତୁରନ୍ତ ସମାଧାନ ହେବା ଜରୁରୀ ବୋଲି ମାଧବ ଗାଡଗିଲ ଚେତାଇ ଦେଇଛନ୍ତି ।