ଚର୍ଚ୍ଚାରେ ୨୪ ବର୍ଷୀୟ ପାଇଲଟ ମହେଶ୍ବତା; ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ୮୦୦ ଭାରତୀୟଙ୍କୁ କରିଛନ୍ତି ଉଦ୍ଧାର

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଅନେକ ଭାରତୀୟ ୟୁକ୍ରେନରେ ଫସି ରହିଥିଲେ। ୟୁକ୍ରେନ ଯୁଦ୍ଧରେ ଫସି ରହିଥିବା ଭାରତୀୟ ଛାତ୍ର ଓ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ସରକାରଙ୍କ ପକ୍ଷରୁ ସ୍ଥାନାନ୍ତରଣ ଅଭିଯାନ ଅପରେସନ ଗଙ୍ଗା ମାଧ୍ୟମରେ ସ୍ବଦେଶ ଫେରିଲେ ଅନେକ ନାଗରିକ । ଏହି ଛାତ୍ରମାନଙ୍କୁ ଫେରାଇ ଆଣିବାରେ କୋଲକାତାର ନ୍ୟୁ ଟାଉନ୍ ନିବାସୀ ୨୪ ବର୍ଷିୟ ପାଇଲଟ୍ ମହେଶ୍ବତା ଚକ୍ରବର୍ତ୍ତୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଯାହା ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

କୋଲକାତାର ୨୪ ବର୍ଷୀୟ ମହେଶ୍ବତା ଚକ୍ରବର୍ତ୍ତୀ ‘ଅପରେସନ୍‌ ଗଙ୍ଗା’ର ସେ ଜଣେ ସଦସ୍ୟ। ଫେବ୍ରୁଆରି ୨୭ରୁ ମାର୍ଚ୍ଚ ୭ ମଧ୍ୟରେ ସେ ଅପରେସନ୍‌ ଗଙ୍ଗା ଅଧୀନରେ ପୋଲାଣ୍ଡ୍‌ରୁ ୪ଟି ବିମାନ ଏବଂ ହଙ୍ଗେରିରୁ ୨ଟି ବିମାନ ଯୋଗେ ମୋଟ୍‌ ୮୦୦ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଉପସଭାପତି ପ୍ରିୟଙ୍କା ଶର୍ମା । ୪ଥର ପୋଲାଣ୍ଡ ୨ ଥର ହଙ୍ଗେରୀକୁ ଉଡାଣ ଭରିଛନ୍ତି ମହେଶ୍ବତା ।

ମହାଶ୍ବେତା କହିଛନ୍ତି, ଏହା ତାଙ୍କ ଜୀବନକାଳ ମଧ୍ୟରେ ସବୁଠାରୁ ବଡ଼ ଅନୁଭୂତି। ଏହି ଅନୁଭୂତି ସାରା ଜୀବନ ମନେ ରହିବ। ମୁଁ ଉଦ୍ଧାର କରୁଥିବା ଅନେକ ପିଲା ରୋଗଗ୍ରସ୍ତ ଥିଲେ। ପ୍ରାୟ ପିଲାଙ୍କ ବୟସ ୨୦ବର୍ଷ । ମୁଁ ସେମାନଙ୍କୁ ଘରକୁ ଫେରାଇ ଆଣି ଗର୍ବ ଅନୁଭବ କରୁଛି। ପିଲାଙ୍କୁ ବି ଶ୍ରେୟ ଦେଇଛନ୍ତି ମହାଶ୍ବତା। କହିଛନ୍ତି, ପ୍ରକୃତ ହିରୋ ତ ଏହି ଛାତ୍ର ମାନେ। ନିଜ ଦେଶକୁ ଫେରିବା ପାଇଁ ଭୟର ପରିସ୍ଥିତିରେ ବି ସେମାନେ ସାହାସ ହାରିନଥିଲେ । ସଂଘର୍ଷ କରିଥିବା ଏହି ଛାତ୍ରମାନଙ୍କୁ ମୋର ସାଲ୍ୟୁଟ୍‌ ବୋଲି ମହେଶ୍ବତା କହିଛନ୍ତି ।

 

 

ମହାଶ୍ବେତା କହିଛନ୍ତି ଯେ ବିଳମ୍ବିତ ରାତିରେ ତାଙ୍କୁ ଏକ କଲ ଆସିଥିଲା ​​ଏବଂ ଅପରେସନ୍ ଗଙ୍ଗା ବିଷୟରେ କହିଥିଲେ । ଏଥିପାଇଁ ତାଙ୍କୁ ଚୟନ କରାଯାଇଛି ବୋଲି ସୂଚନା ମିଳିଥିଲା । ଏହା ପରେ ତାଙ୍କୁ ତାଙ୍କ ଡ୍ୟୁଟିରେ ପୋଷ୍ଟ କରାଯାଇଥିଲା। ମହାଶ୍ବେତାଙ୍କ ହାତରେ ମାତ୍ର ୨ ଘଣ୍ଟା ଥିଲା। ସେ ୨ ଘଣ୍ଟାରେ ବ୍ୟାଗ୍‌ ପ୍ୟାକ୍‌ କରି ଇସ୍ତାନବୁଲ୍‌ ବାହାରି ପଡ଼ିଥିଲେ। ସେଠାରୁ ପୋଲାଣ୍ଡ୍‌ ଯାଇଥିଲେ। ପୋଲାଣ୍ଡରୁ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ଉଡ଼ାନ ଏକାଡେମିରୁ ଗ୍ରାଜୁଏଟ୍‌ ଡିଗ୍ରି ହାସଲ କରିଛନ୍ତି ମହାଶ୍ବେତା। ଥରକରେ ଦୀର୍ଘ ୧୩-୧୪ ଘଣ୍ଟା ଧରି ସେ ଉଡ଼ାଣ କରିଛନ୍ତି।

ସେ ଏକ ଟ୍ବିଟ କରି କହିଛନ୍ତି, ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ସଭାପତି ତନୁଜା ଚକ୍ରବର୍ତ୍ତୀଙ୍କ ଝିଅ ମହେଶ୍ବତା ଚକ୍ରବର୍ତ୍ତୀ । ଭାରତ ୨୦ ହଜାର ନାଗରିକ ଯୁଦ୍ଧକ୍ଷେତ୍ର ୟୁକ୍ରେନରୁ ଅପରେସନ ଗଙ୍ଗା ଜରିଆରେ ସ୍ବଦେଶ ଫେରିଛନ୍ତି । ଫେବୃଆରୀ ୨୪ରେ ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲା । ଏହା ପରେ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ ହୋଇଥିଲା । ଜଣେ ୨୪ ବର୍ଷୀୟ ଖୁବ କମ ବୟସରେ ମହେଶ୍ବତା ଚକ୍ରବର୍ତ୍ତୀ ଏହି କାର୍ଯ୍ୟରେ ସାମିଲ ହେବା ଚର୍ଚ୍ଚାର ବିଷୟ ପାଲଟିଛି । ମହେଶ୍ବତାଙ୍କ ଏହି ମହାନ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ତେବେ ସେ ତାଙ୍କ ପିତାମାତାଙ୍କ ଏକମାତ୍ର ସନ୍ତାନ ଥିଲେ ,ମହାଶ୍ବେତା ପିଲାଦିନରୁ ପାଇଲଟ୍ ହେବାର ସ୍ୱପ୍ନ ଦେଖିଥିଲେ। ଏହାପୂର୍ବରୁ ସେ କୋଭିଡ ଲକଡାଉନ ସମୟରେ ବିଦେଶରେ ଫସି ରହିଥିବା ଲୋକଙ୍କୁ ଆଣିବା ପାଇଁ ବନ୍ଦେ ଭାରତ ମିଶନର ଏକ ଅଂଶ ମଧ୍ୟ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.