ମହାବୀର ଜୟନ୍ତୀକୁ ନିରାମିଷ ଦିବସ ଭାବେ ପାଳିବାକୁ ନିର୍ଦ୍ଦେଶ, ଜାରି ହେଲା ନିଷେଧାଜ୍ଞା

ବିହାର: ଆଜି ମହାବୀର ଜୟନ୍ତୀ। ଏ ଅବସରରେ ସାରା ଭାରତବର୍ଷର ହିନ୍ଦୁମାନେ ହନୁମାନଙ୍କୁ ପୂଜା କରୁଛନ୍ତି। ତେବେ ଏ ଅବସରରେ ବିହାର ସରକାର ଏକ ନୂଆ ଘୋଷଣା କରିଛନ୍ତି। ବିହାରରେ ଗୁରୁବାର ଦିନ ମହାବୀର ଜନ୍ମୋତ୍ସବକୁ ନିରାମିଷ ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଛି।

ମହାବୀର ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ଅବସରରେ ଆଜି ସମସ୍ତ ଜିଲ୍ଲାରେ ପଶୁ ପକ୍ଷୀ, ମାଛ, ମାଂସ ଏବଂ ଜୀବଜନ୍ତୁଙ୍କୁ ହତ୍ୟା କରିବା ଉପରେ ନିଷେଧାଜ୍ଞା ଜାରି କରାଯାଇଛି। ଏଥିପାଇଁ ଲୋକଙ୍କୁ ବି ସଚେତନ କରାଯିବ। ନଗର ପରିଷଦର କାର୍ଯ୍ୟପାଳକ ପଦାଧିକାରୀ ଏ ନେଇ ଏକ ବିଜ୍ଞପ୍ତି ଜାରି କରି ଲୋକଙ୍କୁ ସୂଚନା ଦେଇଛନ୍ତି।

ପ୍ରଶାସନର କହିବାନୁସାରେ ଆଜି ଏକ ପବିତ୍ର ଦିନ। ତେଣୁ ଆଜିର ଦିନରେ କୌଣସି ଜୀବ ହତ୍ୟା କରିବା ମହାପାପ। ସେହିଭଳି ଆମିଷ ଖାଇବା ଦ୍ୱାରା ବି ଆଜି ଭଗବାନ ଅସନ୍ତୁଷ୍ଟ ହୋଇଥାନ୍ତି। ଏଣୁ ବଜରଙ୍ଗବଲୀଙ୍କ ଜନ୍ମ ଦିନରେ ନିରାମିଷ ଭକ୍ଷଣ କରିବାକୁ ପରାମର୍ଶ ଦେଇଛି ପ୍ରଶାସନ।

Also Read: ଛି ଏତେ ନୃଶଂସ! ସ୍ନେହରେ ପାଖକୁ ଡାକି ଛୁରୀରେ କୁକୁରର ତଣ୍ଟି କାଟିଲା ଯୁବକ, କାରଣ ଜାଣିଲେ ରକ୍ତ ଗରମ ହୋଇଯିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.