ରାହୁଲ ଗାନ୍ଧୀଙ୍କ ପାଇଁ ନଅ ଦିନ ଉପବାସ ରଖିଛନ୍ତି ଏହି ଅଭିନେତ୍ରୀ, ଚାହାଁନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ବିଜୟ

ଲୋକପ୍ରିୟ ଟେଲୀ ଅଭିନେତ୍ରୀ ଏବଂ ମଡେଲ ମାହିକା ଶର୍ମା ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏଥର ମାହିକା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ବୟାନ ଦେଇ ବହୁତ ଚର୍ଚ୍ଚାରେ ଅଛନ୍ତି। ନବରାତ୍ରୀରେ ବ୍ରତ ରଖିଥିବା ମାହିକା କହିଲେ ଯେ ମୁଁ ନବରାତ୍ରୀରେ ମା’ ଦୁର୍ଗାଙ୍କୁ ଖୁସି କରିବା ପାଇଁ ବ୍ରତ ରଖିଛି କାରଣ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କର ବିଜୟ ହେଉ।
ମାହିକା ଏହି ବ୍ରତ ପୂରା ନଅ ଦିନ ରଖିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଭାରତର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ବ୍ରତ ରଖୁଛି, ଯାହା କେବଳ ରାହୁଲ ଗାନ୍ଧୀଙ୍କ ହାତରେ ରହିଛି। ମୋତେ ଜଣାଅଛି ଯେ ମାତା ତାଙ୍କର ବିଜୟ ନିଶ୍ଚିତ କରିବେ।
ମାହିକା ଏହା ମଧ୍ୟ କହିଛନ୍ତି ‘ଆମ ସନାତନ ଧର୍ମରେ ସ୍ତ୍ରୀ ନିଜ ସ୍ବାମୀଙ୍କ ପାଇଁ ଉପବାସ ରଖିଥାନ୍ତି। ରାହୁଲ ଗାନ୍ଧୀ ଅବିବାହିତ ଥିବା କାରଣରୁ ସେ କହିଲେ ଯେ ସେ ଆମମାନଙ୍କ ପାଇଁ ଆଜି ଯାଏଁ ବିବାହ କରିନାହାନ୍ତି ଏବଂ ତାଙ୍କର ସବୁ ବୟସ ଦେଶ ସେବାରେ ଲଗାଇଦେଲେ।
ଆହୁରି ପଢ଼ନ୍ତୁ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ମଜାକ୍ ଉଡାଇଲେ କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ , କହିଲେ ‘କ୍ୟୁନକି ମନ୍ତ୍ରୀ ଭି କଭି ଗ୍ରେଜୁଏଟ୍ ଥି’
ଏଥିପାଇଁ ଆମର କର୍ତ୍ତବ୍ୟ ଯେ ଆମେମାନେ ତାଙ୍କ ପାଇଁ କିଛି କରିବା। ସେ ସବୁବେଳେ ନିଜ ବୟାନ ପାଇଁ ଚର୍ଚ୍ଚାରେ ରହିଆସୁଛନ୍ତି। ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟସ ଜରିଆରେ ଫ୍ୟାନ୍ସଙ୍କ ସହିତ ଯୋଡି ହୋଇ ରହୁଛନ୍ତି। ମାହିକା ଅନେକ ହିନ୍ଦି ସିନେମାରେ ମଧ୍ୟ ଅଭିନୟ କରିଛନ୍ତି।