ଉଗ୍ର ହେଉଛି କଂଗ୍ରେସର ପ୍ରତିବାଦ: ପୋଲିସ ଉପରକୁ ଛେପ ପକାଇଲେ କଂଗ୍ରେସ ନେତ୍ରୀ, ଭାଇରାଲ ହେଲା ଭିଡିଓ…

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଛି। ବିରୋଧ କରୁଥିବା ଛାତ୍ରମାନେ ଟ୍ରେନ୍ ଏବଂ ବସ୍ ଜାଳିବାରେ ମଧ୍ୟ ପଛଘୁଞ୍ଚା ଦେଉ ନାହାଁନ୍ତି। ରରାଜନୈତିକ ଦଳ ମଧ୍ୟ ସରକାରଙ୍କ ଏହି ଯୋଜନାକୁ ବିରୋଧ କରୁଛନ୍ତି। ଏପରି ଏକ ପ୍ରତିବାଦ ବେଳେ ମହିଳା କଂଗ୍ରେସ ସଭାପତି ନେଟା ଡି’ସୁଜା ପୋଲିସ ଉପରେ ଛେପ ପକାଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ତାଙ୍କ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏପରି କିଛି କାମକୁ ନେଇ କଂଗ୍ରେସକୁ ଲଜ୍ଜିତ ହେବାକୁ ପଡ଼ିଛି ।
ବାସ୍ତବରେ, ଅଗ୍ନିପଥ ଯୋଜନା ତଥା ଇଡିର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପଚରାଉଚରାକୁ ବିରୋଧ କରି କଂଗ୍ରେସ ଦିଲ୍ଲୀରେ ଏକ ପ୍ରଦର୍ଶନ କରିଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା । ଧାରା ୧୪୪ ଲାଗୁ ହେତୁ କଂଗ୍ରେସ କର୍ମୀଙ୍କୁ ହଟାଇବା ପାଇଁ ପୋଲିସ ପହଞ୍ଚିଥିଲା। ଏହି ସମୟରେ ମହିଳା କଂଗ୍ରେସ ନେତ୍ରୀ ନେଟା ଡି’ସୁଜାଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତାଙ୍କୁ ଅଟକ ରଖାଯାଇଥିଲା। ଏହି ପ୍ରତିବାଦ ସମୟରେ ନେଟା ଡି’ସୁଜା ପୋଲିସ୍ ଉପରେ ଛେପ ପକାଇଥିଲେ। ପୋଲିସର ସୂଚନାନୁସାରେ ୧୮ ଜଣ ସାଂସଦଙ୍କ ସମେତ ମୋଟ ୧୯୭ ଜଣଙ୍କୁ ଅଟକ ରଖାଯାଇଥିଲା।
#WATCH | Mahila Congress President Netta D’Souza spits at police personnel during a protest with party workers in Delhi against ED for questioning Congress leader Rahul Gandhi in the National Herald case. pic.twitter.com/cPBIntJq1p
— ANI (@ANI) June 21, 2022
ସୂଚନା ଯୋଗ୍ୟ ନ୍ୟାସନାଲ ହେରାଲ୍ଡ ମାମଲାରେ ଦୀର୍ଘ ୫ ଦିନ ହେବ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୁଣି ଚଳିତମାସ ୨୩ ତାରିଖରେ ସୋନିଆ ଗାନ୍ଧୀଙ୍କୁ ଇଡି ଜେରା କରିବ ବୋଲି ନୋଟିସ କରିଛି । ହେଲେ କଂଗ୍ରେସ ଏହାକୁ ବିରୋଧ କରୁଛି । ଏନେଇ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । ସେପଟେ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ କଂଗ୍ରେସ କର୍ମୀମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଅନେକ ସହରରେ ଯୁବକମାନେ ଏହି ଯୋଜନା ବିରୁଦ୍ଧରେ ରାସ୍ତାକୁ ଓହ୍ଲାଉଛନ୍ତି।