ରାସ୍ତା କଡ଼ରେ ଥିବା ଇଲେକ୍ଟ୍ରି ପୋଲ୍‌ ଉପରେ ଚଢ଼ିଲା ମହିନ୍ଦ୍ରା ଥାର, ଅଳ୍ପକେ ବର୍ତ୍ତିଲେ ଯୁବତୀ

ରାସ୍ତାରେ ଦୁର୍ଘଟଣା ହେଉଥିବା ଖବର ତ ଆପଣମାନେ ପ୍ରତ୍ୟେକ ଦିନ ଶୁଣୁଥିବେ । ଅନେକ ଦୁର୍ଘଟଣାର କାର ଭାଙ୍ଗିରୁଜି ଚୁରମାର ହୋଇଯାଏ । ଦୁର୍ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ହୁଏ । ସମାନ ଭାବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଦୁର୍ଘଟଣାର ଖବର ବିଷୟରେ ଜଣାଇବାକୁ ଯାଉଛୁ । ଦୁର୍ଘଟଣା ପରେ ଏକ ମହିନ୍ଦ୍ରା ଥାର ଇଲେକ୍ଟ୍ରି ପୋଲ୍‌ ଉପରେ ଚଢ଼ି ଯାଇଥିଲା । ଖାଲି ଚଢ଼ି ଯାଇଥିଲା ତାହା ନୁହେଁ ଗାଡ଼ି ଭିତରେ ଜଣେ ଯୁବତୀ ମଧ୍ୟ ଫସି ରହିଥିଲେ । କିନ୍ତୁ ସୌଭାଗ୍ୟବଶତଃ ତାଙ୍କର କିଛି କ୍ଷତି ହୋଇନି । ମହିନ୍ଦ୍ରା ଥାର ଏମିତି ଏକ ଗାଡ଼ି ଯାହା ଖରାପ ରାସ୍ତା ଠୁ ଆରମ୍ଭ କରି ପାହାଡ଼ ଉପରେ ବି ଖୁବ ଆରାମରେ ଚାଲିଥାଏ । କିନ୍ତୁ ଏ ଗାଡ଼ିଟି ରାସ୍ତା କିମ୍ବା ପାହାଡ଼ ନୁହେଁ ସିଧା ଯାଇ ଇଲେକ୍ଟ୍ରି ପୋଲ୍‌ ଉପରେ ଚଢ଼ିିଯାଇଥିଲା ।

ସୂଚନା ଅନୁସାରେ ହରିୟାଣାର ଗୁରୁଗ୍ରାମରେ ଘଟିଛି ଏମିତି ଦୁର୍ଘଟଣା । ସାଇବର ସିଟି ଥାନା ପରିସରରେ ଦ୍ରୁତ ଗତିରେ ଆସୁଥିବା ହୋଣ୍ଡା ଆମାଜେ ମହିନ୍ଦ୍ରା ଥାରକୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଗାଡିଟି ଏକ ଇଲେକ୍ଟ୍ରି ପୋଲ୍‌ ଉପରେ ଚଢ଼ି ଯାଇଥିଲା ।

ମହିନ୍ଦ୍ରା ଥାର ସହିତ ହୋଣ୍ଡା ସିଟି କାର ଏତେ ଜୋରରେ ଧକ୍କା ହୋଇଥିଲା ଯେ ଥାର ଗାଡ଼ି ଚଳାଉଥିବା ଯୁବତୀ ଭାରସାମ୍ୟ ହରାଇଥିଲେ । ଆଉ ତା ପରେ ଘଟିଥିଲା ଏମିତି କିଛି । ଏହି ଦୁର୍ଘଟଣାରେ କୌଣସି ଚାଳକ ଆହତ ହୋଇନାହାଁନ୍ତି । ଥାର ଚଳାଉଥିବା ଯୁବତୀ ଅଂଶୁଲ ଗୁପ୍ତାଙ୍କ କହିବା ଅନୁସାରେ ସେ ତେଲ ଭରିବା ପାଇଁ ପେଟ୍ରୋଲ ପମ୍ପ ଯାଇଥିଲେ । ଏହି ସମୟରେ ତାଙ୍କ ଗାଡ଼ିକୁ ପଛ ପଟୁ ଦ୍ରୁତଗତିରେ ଅସୁଥିବା ଏକ ହୋଣ୍ଡା ସିଟି କାର ଧକ୍କା ଦେଇଥିଲା ।

ଧକ୍କା ଏତେ ଜୋରରେ ହୋଇଥିଲା ଯେ ସେ ଭାରସାମ୍ୟ ହରାଇଥିଲେ ଏବଂ ରାସ୍ତା କଡ଼ରେ ଥିବା ଏକ ଇଲେକ୍ଟ୍ରି ପୋଲ ଉପରେ ଥାର ଗାଡ଼ିଟି ଚଢ଼ି ଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଗାଡିଟି ବହୁ କ୍ଷତିଗ୍ରସ୍ତ ହୋଇଛି । ଏଭଳି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।