ପରିସ୍ରା, ପିରିୟଡସ୍ ବ୍ଲଡ ଏବଂ ଛେପ ପକାଇ ମାସ ମାସ ଧରି ରୋଷେଇ କରୁଥିଲେ ଏହି କାମବାଲୀ, ଏବେ ଭୋଗିବାକୁ ପଡିଲା ଏମିତି
ଘରେ ଖାଦ୍ୟ ବନାଉଥିବା କାମବାଲୀଙ୍କ ଉପରେ କେତେ ଭରଷା କରିପାରିବେ? ଏମିତି ନୁହେଁ ଯେ ଘେ ଖାଦ୍ୟ ପ୍ରସ୍ତୁତ କରୁଥିବା ସବୁ ମେଡ୍ ଭରଷାଯୋଗ୍ୟ ନୁହଁନ୍ତି। କିନ୍ତୁ କେବେକେବେ ସୋସିଆଲ ମିଡିଆରେ ଏମିତି ଅନେକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯାନ୍ତି। ଏବେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ବିଷୟାର ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବନାହିଁ। ଆପଣ କହିବେ ଏମିତି କେମିତି? ଇଣ୍ଡୋନେସିଆରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଖାଦ୍ୟ ବନାଉଥିବା ମେଡ୍ ଖାଦ୍ୟରେ ପରିସ୍ରା, ପିରିୟଡସ୍ ବ୍ଲଡ ଏବଂ ଛେପ ପକାଇ ପ୍ରସ୍ତୁତ କରୁଥିଲେ।
ସୂଚନା ଅନୁଯାୟୀ ୩୦ ବର୍ଷୀୟା ଇଣ୍ଡୋନେସିଆର ଏହି ମହିଳାଙ୍କ ନାମ ଡିଆନା। ତାଙ୍କୁ ତାଙ୍କ କଲା କର୍ମ ପାଇଁ ଛଅ ମାସରୁ ୭ ବର୍ଷ ପଯ୍ୟର୍ନ୍ତ ଦଣ୍ଡବିଧାନ ଶୁଣାଯାଇପାରେ। ଏହି ମହିଳା ଅଗଷ୍ଟ ୨୦୧୭ରେ ଜୁନ ୨୦୧୮ ପର୍ଯ୍ୟନ୍ତ ନିଜ ମାଲିକଙ୍କ ଘରେ ପ୍ରାୟ ୧୩ ହଜାର ୩୦୦ ସିଙ୍ଗାପୁର ଡଲାର୍ସ (ପ୍ରାୟ ୭ ଲକ୍ଷ ଟଙ୍କା) ମଧ୍ୟ ଚୋରାଇଛନ୍ତି।
ଏହି ମହିଳା ଜଣଙ୍କ ୨୦୧୭ ମସିହାରେ କାମ କରିବା ଆରମ୍ଭ କରିଥିଲେ।। ପ୍ରଥମେ ପ୍ରଥମେ ସେ ଟଙ୍କା ଚୋରାଉଥିଲେ ଏବଂ ପରେ ୨୦୧୯ରେ ଭାତରେ ପରିସ୍ରା, ପିରିୟଡସ୍ ବ୍ଲଡ ଏବଂ ଛେପ ପକାଇ ଖାଦ୍ୟ ବନାଇବା ଆରମ୍ଭ କରିଥିଲେ।
ମହିଳାଙ୍କ ଓକିଲଙ୍କ କହିବାନୁଯାୟୀ ମହିଳା ଜଣଙ୍କ ଏମିତି କରୁଥୁଲେ କାରଣ ସେ ଚାହୁଁଥିଲେ ଏମିତି କଲେ ତାଙ୍କ ଉପରେ କେହି ରାବିବେ ନାହିଁ ଏବଂ ସମସ୍ତେ ତାଙ୍କ ଅଧୀନରେ ରହିବେ। ସେହିପରି ମହିଳାଙ୍କ କହିବାନୁଯାୟୀ ସେ ଏମିତି କରିନାହାନ୍ତି ଏବଂ ସବୁ ପରିବାରଙ୍କୁ କ୍ଷମା ମାଗିଛନ୍ତି।
ସେହିପରି ମହିଳାଙ୍କ ଉପରେ ଟଙ୍କା ଚୋରୀ କରିବା ଏବଂ ଖାଦ୍ୟରେ ଏହି ସବୁ ମିଶାଇବାକୁ ନେଇ ଦୁଇଟି କେସ୍ ରୁଜୁ ହୋଇଛି। ଏହି କେସ୍ ଅନୁଯାୟୀ ମହିଳାଙ୍କୁ ବର୍ଷ ବର୍ଷ ଧରି ଜେଳ ଦଣ୍ଡ ଭୋଗିବାକୁ ପଡିପାରେ।