ଲୋକଙ୍କ ଟଙ୍କାକୁ ହଡପ ହେବାକୁ ଦେବି ନାହିଁ : ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତି

ଲୋକଙ୍କ ଟଙ୍କାକୁ ହଡପ ହେବାକୁ ଦେବି ନାହିଁ । ଦିଲ୍ଲୀ ତାଲକଟୋରା ମୈଦାନରେ ମେଁ ଭି ଚୌକିଦାର ହୁଁ କାର୍ଯ୍ୟକ୍ରମରେ ଲୋକଙ୍କ ସହ କଥା ହେବା ବେଳେ ଏଭଳି ପ୍ରତିଶୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଏହି ଅବସରରେ ସାରାଦେଶରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ଉତ୍ତର ଦେଇଥିଲେ ମୋଦି । କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କ ଚୌକିଦାର ଚୌର ହେ ନାରାର ଜବାବରେ ମାର୍ଚ୍ଚ ୧୬ ତାରିଖରୁ ମୋଦି ମେଁ ଭି ଚୌକିଦାର ହୁଁ ଅଭିଯାନ ଚଳାଇଛନ୍ତି । ଏହା ପରେ ବିଜେପି ନେତା ମାନେ ଟ୍ଵିଟର ଆକାଉଣ୍ଟରେ ନିଜ ନାଁ ଆଗରେ ଚୌକିଦାର ବ୍ୟବହାର କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.