ଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୁମାୟୁନଙ୍କ ସମାଧିରେ ହୋଇଛି ଅଘଟଣ । ଏହି ଘଟଣାରେ ୫ ଜଣଙ୍କର ଜୀବନ ଚାଲି ଯାଇଛି । ମୃତକଙ୍କ ମଧ୍ୟରେ୩ ଜଣ ମହିଳା ଏବଂ ୨ ଜଣ ପୁରୁଷ ଅଛନ୍ତି । ସୂଚନା ଅନୁସାରେ ଫତେହ ଶାହ ଦରଗାର ଏକ ଅଂଶ ସମାଧି ପରିସରର ପଛ ପାର୍ଶ୍ୱରେ ଭୁଶୁଡ଼ି ପଡ଼ିଥିଲା । ବର୍ଷା ଯୋଗୁଁ କିଛି ଲୋକ ଅଟକି ଯାଇଥିଲେ । ଏହି ଦୁର୍ଘଟଣାରେ ପୋତି ହୋଇଯାଇଥିଲେ ।
୧୦-୧୨ ଜଣଙ୍କୁ ଭଗ୍ନାବଶେଷରୁ ବାହାର କରାଯାଇଥିଲା । ଆହତ ମାନଙ୍କୁ ଏମ୍ସ ଏବଂ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରା ଯାଇଛି । ହୁମାୟୁନଙ୍କ ସମାଧି ଦିଲ୍ଲୀରେଏକ ପ୍ରସିଦ୍ଧ ସ୍ଥାନ । ଲୋକମାନେ ଛୁଟିଦିନରେ ମଧ୍ୟ ଏଠାକୁ ବୁଲିବାକୁ ଆସନ୍ତି । ତେଣୁ ଏଠାରେ ପ୍ରାୟ ସବୁ ସମୟରେ ଭିଡ଼ ଲାଗି ରହିଥାଏ । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଏହି ସମାଧିର ରକ୍ଷଣାବେକ୍ଷଣ କରୁଛି ।
ଏହାକୁ ହୁମାୟୁନଙ୍କ ପ୍ରଥମ ପତ୍ନୀ ବେଗା ବେଗମ ନିର୍ମାଣ କରିଥିଲେ । ହୁମାୟୁନଙ୍କ ସମାଧି, ଯାହାକୁ ମକବାରା-ଏ-ହୁମାୟୁନ ନାମରେ ମଧ୍ୟ ଲୋକେ ଜାଣନ୍ତି । ତେବେ ଏହି ସମାଧୀ ମୋଗଲ ସମ୍ରାଟ ହୁମାୟୁନଙ୍କ ସ୍ମୃତିରେ ନିର୍ମିତ ଏକ ଚମତ୍କାର ସ୍ମାରକୀ । ଏହା ତାଙ୍କ ପ୍ରଥମ ପତ୍ନୀ ବେଗା ବେଗମ, ଯିଏକି ହାଜି ବେଗମ ନାମରେ ମଧ୍ୟ ଜଣାଶୁଣା ।
୧୫୬୯-୭୦ ମସିହାରେ ନିର୍ମାଣ କରିଥିଲେ । ଏହି ଚମତ୍କାର ସମାଧି ପାରସ୍ୟ ସ୍ଥାପତି ମିର୍କ ମିର୍ଜା ଘିୟାସ ଏବଂ ତାଙ୍କ ପୁଅ ସୟଦ ମହମ୍ମଦଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିଲା । ଏହି ସମାଧି ଭାରତୀୟ ଉପମହାଦେଶରେ ପ୍ରଥମ ଉଦ୍ୟାନ-ସମାଧି ଅଟେ । ଯାହାକି ଦିଲ୍ଲୀର ନିଜାମୁଦ୍ଦିନ ପୂର୍ବ ଅଞ୍ଚଳରେ ଅବସ୍ଥିତ । ପୁରୁଣା କିଲ୍ଲା, ଯାହାକୁ ଦିନା-ପନହ ମଧ୍ୟ କୁହାଯାଏ ଏହା ନିକଟରେ ଅବସ୍ଥିତ । ଏହି ଦୁର୍ଗର ମୂଳଦୁଆ ହୁମାୟୁନ ୧୫୩୩ ମସିହାରେ ସ୍ଥାପନ କରିଥିଲେ ।
ହୁମାୟୁନଙ୍କ ସମାଧି ଲାଲ ବାଲିପଥର ବ୍ୟବହାର କରାଯାଇଥିବା ପ୍ରଥମ କୋଠା । ଯାହା ଏହି ସମାଧୀକୁ ଆହୁରି ସ୍ୱତନ୍ତ୍ର କରିଥାଏ । ୧୯୯୩ ମସିହାରେ UNESCO ଏହାକୁ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ଦେଇଥିଲା । ଯାହା ପରେ ଏଠାରେ ବଡ଼ ପରିମାଣରେ ସଂରକ୍ଷଣ ଏବଂ ପୁନରୁଦ୍ଧାର କାର୍ଯ୍ୟ କରାଯାଇଥିଲା ।
ଏହି ସ୍ଥାନରେ ମୁଖ୍ୟ ସମାଧିସ୍ଥଳ ସହିତ ଏହି ଅନେକ ଛୋଟ ସ୍ମାରକୀ ମଧ୍ୟ ରହିଛି । ପଶ୍ଚିମ ପ୍ରବେଶ ଦ୍ୱାର ନିକଟରେ ଇସା ଖାନ ନିଆଜିଙ୍କ ସମାଧି ସଂକଳନ ଅଛି। ଇସାଖାନ ସୁରୀ ରାଜବଂଶର ଶେର ଶାହ ସୁରୀଙ୍କ ଦରବାରରେ ଜଣେ ପ୍ରମୁଖ ଆଫଗାନ ସର୍ଦ୍ଦାର ଥିଲେ, ଯିଏ ୧୫୪୭ ମସିହାରେ ମୋଗଲମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ। ଏହି ସମାଧି କେବଳ ଐତିହାସିକ ଗୁରୁତ୍ୱ ବହନ କରେ ନାହିଁ । ଏହା ମୋଗଲ ସ୍ଥାପତ୍ୟର ଏକ ଚମତ୍କାର ନମୁନା, ଯାହା ଏବେ ବି ଇତିହାସ ଏବଂ କଳା ପ୍ରେମୀଙ୍କୁ ଆକର୍ଷିତ କରୁଛି ।
Also read: ପାକିସ୍ତାନରେ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନରେ ଏଯାଏଁ ୨୪ ମୃତ