ମୁମ୍ବାଇରେ ବଡ ଦୁର୍ଘଟଣା, ୩ ମୃତ ୩ ଆହାତ

ମୁମ୍ବାଇ: ମୁମ୍ବାଇର ଚୌବୁର ଅଞ୍ଚଳରେ ଏକ ପାଣି ଟ୍ୟାଙ୍କର ସହିତ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ପୋଲିସର ସୂଚନା ଅନୁସାରେ ଏହି ଅଘଟଣଟି ଦିନ ଦୁଇ ପ୍ରହରରେ ହୋଇଥିଲା ।  କାରର ଚାଳକ ଅଧିକ ଦୃତ ଗତିରେ କାର ଚଲାଉଥିଲେ । ଫଳରେ ପାଣିଟାଙ୍କି ଓ କାର ମଧ୍ୟରେ ଦୁର୍ଘଟଣା ଘଟିଥିଲା ।  କାରଟି ନିୟନ୍ତ୍ରଣ ହରାଇ ଥିବା ଯୋଗୁଁ ଏହା ଓଲଟି ଯାଇଥିଲା । ଏହି ଘଟଣାରେ ଅନେକ ଲୋକ ଆହାତ ହୋଇଛନ୍ତି ।

ଅଧିକାରୀ କହିଛନ୍ତି ମୃତକ ଓ ଆହତ ହୋଇଥିବା ବ୍ୟକ୍ତି ଦୁହେଁ ସାଙ୍ଗ ଥିଲେ । ମୃତକ ହେଉଛନ୍ତି ହରିଚନ୍ଦନ ଦାସ ( ୨୩ ) ପ୍ରମୋଦ ଶଙ୍କର ପ୍ରସାଦ( ୩୫) , ହୁସେନ ସେଖ( ୪୦ ) ବୋଲି ସୂଚନା ମିଳିଛି । ପୋଲିସ ଅଧିକାରୀ କହିଛନ୍ତି ଡ୍ରାଇଭରଙ୍କ ପରିଚୟ ଜାଭେଦ୍‌ ଖାନ( ୩୦ ) ଙ୍କ ମାମଲା ରୁଜୁ ହୋଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଡ୍ରାଇଭର ମଧ୍ୟ ଆହାତ ହୋଇଛନ୍ତି । ଏହି ଘଟଣାରେ ୩ଜଣ ମୃତ୍ୟୁବରଣ କରିଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।

You might also like