ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ, ପ୍ରବେଶ ପାଇଁ ପାସ କରିବାକୁ ହେବ ସାଧାରଣ ପ୍ରବେଶ ପରୀକ୍ଷା

ନୂଆଦିଲ୍ଲୀ : ସେନା ପକ୍ଷରୁ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ଏବେ ଅଗ୍ନିବୀର ସେନାରେ ନିଯୁକ୍ତି ପାଇବାକୁ ହେଲେ ସାଧାରଣ ପ୍ରବେଶ ପରୀକ୍ଷା (କମନ୍‌ ଏଣ୍ଟ୍ରାନ୍ସ ଏକ୍ସାମ ବା ସିଇଇ) ଦେବାକୁ ହେବ । ଏହି ପରୀକ୍ଷାରେ ପାସ କରିଥିବା ଛାତ୍ରଙ୍କର କେବଳ ଫିଜିକାଲ ଫିଟନେସ ଓ ମେଡିକାଲ ଟେଷ୍ଟ ହେବ । ବଭିନ୍ନ ପତ୍ରିକା ମାଧ୍ୟମରେ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ସୂଚନା ଦିଆଯାଇଛି ।

ଅପ୍ରେଲରେ ଆୟୋଜିତ ହେବ ପରୀକ୍ଷା

ସୂଚନା ଅନୁଯାୟୀ, ପ୍ରଥମ ଅନ୍‌ଲାଇନ ସିଇଇ ଅପ୍ରେଲ ମାସରେ କରାଯିବ । ଏହି ପରୀକ୍ଷା ଦେଶର ପ୍ରାୟ ୨୦୦ କେନ୍ଦ୍ରରେ କରାଯିବ । ଏଥିପାଇଁ ପ୍ରସ୍ତୁତି ଜୋରଦାରରେ ଚାଲିଛି । ଏହି ପ୍ରକ୍ରିୟା ଦ୍ୱାରା ପରୀକ୍ଷା ପାଇଁ ଭିଡ ବି କମ ହେବ ।

୩ ଫେଜରେ ହେବ ଚୟନ

ଅଗ୍ନିବୀର ନିଯୁକ୍ତି ପାଇଁ ୩ ଫେଜରେ ଚୟନ କରାଯିବ । ପ୍ରଥମେ ଦିଆଯାଇଥିବା କେନ୍ଦ୍ରରେ ପ୍ରାର୍ଥୀଙ୍କ ପାଇଁ ଅନଲାଇନ ପରୀକ୍ଷା ହେବ । ତା’ପରେ ଶାରୀରିକ ଫିଟନେସ ପରୀକ୍ଷା ଓ ଶେଷରେ ମେଡିକାଲ ପରୀକ୍ଷା କରାଯିବ ବୋଲି ଜଣାଯାଇଛି । ଏହି ପ୍ରକ୍ରିୟା ୨୦୨୩-୨୪ ବର୍ଷ ପାଇଁ ଲାଗୁ ହେବ । ଏହି ନୂଆ ପ୍ରକ୍ରିୟା ଦ୍ୱାରା ୪୦,୦୦୦ ସେନାଙ୍କୁ ନିଯୁକ୍ତି ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.