ଦେଶ ବିଦେଶ

ସ୍ୱାସ୍ଥ୍ୟ ବୀମା ପଲିସିରେ ହେଲା ବଡ଼ ପରିବର୍ତ୍ତନ, ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତି ପାଇବେ ଲାଭ

ଯଦି ଆପଣଙ୍କ ବାପା ମା’ ବୃଦ୍ଧ ହୋଇଯାଇଛନ୍ତି, ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଯଦି ସେମାନଙ୍କ ବୟସ ୬୫ ବର୍ଷରୁ ଅଧିକ ଏବଂ ଆପଣ ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ପଲିସି ନେବାକୁ ଚାହୁଁଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କ ପାଇଁ ଏହା ସମ୍ଭବ ହେବ । ଇନ୍ସୁରାନ୍ସ ରେଗୁଲେଟର IRDAI ସ୍ୱାସ୍ଥ୍ୟ ବୀମା ( ହେଲ୍ଥ ଇନ୍ସୁରାନ୍ସ ) କିଣିବା ସମ୍ବନ୍ଧୀୟ ନିୟମରେ ଏକ ବଡ ପରିବର୍ତ୍ତନ କରିଛି ଏବଂ ପଲିସି କିଣୁଥିବା ଲୋକଙ୍କ ପାଇଁ ୬୫ ବର୍ଷ ବୟସ ସୀମା ହଟାଇ ଦେଇଛି । ପୂର୍ବରୁ ଗ୍ରାହକମାନେ କେବଳ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଏକ ନୂଆ ହେଲଥ୍‌ ଇନ୍ସୁରାନ୍ସ ପଲିସି କିଣିପାରୁଥିଲେ, କିନ୍ତୁ ଏବେ ଏଥିରେ ପରିବର୍ତ୍ତନ କରାଯାଇଛି ।

ରିପୋର୍ଟ ଅନୁଯାୟୀ ଏଜ୍‌ ଲିମିଟ୍‌ କୁ ହଟାଇ ସମସ୍ତଙ୍କୁ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ IRDAI ଲକ୍ଷ୍ୟ ରଖିଛି, ଯାହା ଦ୍ୱାରା ଅଯଥା ଚିକିତ୍ସା ଖର୍ଚ୍ଚରୁ ପର୍ଯ୍ୟାପ୍ତ ପରିମାଣରେ ଲୋକଙ୍କୁ ସାହାଯ୍ୟ ମିଳିବ । ସ୍ୱାସ୍ଥ୍ୟ ବୀମା ପଲିସି ପାଇଁ ୧ ଏପ୍ରିଲ ୨୦୨୪ ରୁ ଏହି ନିୟମ ଲାଗୁ କରାଯାଇଛି । ଏହାର ଅର୍ଥ ବର୍ତ୍ତମାନ ଯେକୌଣସି ବୟସର ବ୍ୟକ୍ତି ନୂଆ ସ୍ୱାସ୍ଥ୍ୟ ବୀମା ପଲିସି କିଣି ପାରିବେ ।

ମ୍ୟାକ୍ସିମମ୍‌ ଏଜ୍‌ ଲିମିଟକୁ ରଦ୍ଦ କରି IRDAI ଏକ ସର୍କୁଲାରରେ କହିଛି ଯେ ସମସ୍ତ ବୀମା କମ୍ପାନୀ ସମସ୍ତ ବୟସ ବର୍ଗର ଲୋକଙ୍କ ପାଇଁ ହେଲଥ୍‌ ଇନ୍ସୁରାନ୍ସ ପ୍ରଡକ୍ଟ ଦେବେ । ହେଲଥ ଇନ୍ସୁରାନ୍ସ ପ୍ରଦାନକାରୀମାନେ ବରିଷ୍ଠ ନାଗରିକଙ୍କ ପାଇଁ ପ୍ରସ୍ତୁତ ବୀମା ପଲିସି ଦେବା ସହ ସେମାନଙ୍କ ଦାବି ଏବଂ ଅଭିଯୋଗ ଶୁଣିବା ପାଇଁ ଚ୍ୟାନେଲ ଇନଷ୍ଟଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ବୀମା କମ୍ପାନୀମାନେ ସ୍ୱାସ୍ଥ୍ୟ ବୀମା ପଲିସି ଦେବାକୁ IRDAI ନିର୍ଦ୍ଦେଶ ଦେଇଛି । ବୀମା କମ୍ପାନୀଗୁଡିକ କ୍ୟାନ୍ସର, ହାର୍ଟ ଏବଂ ଏଡସ୍ ଭଳି ଗୁରୁତର ରୋଗରେ ପୀଡିତ ରୋଗୀଙ୍କୁ ପଲିସି ଦେବେ ଏଥିରେ କୌଣସି ପ୍ରକାର ବାରଣ କରାଯିବ ନାହିଁ । IRDAI ହେଲଥ ଇନ୍ସୁରାନ୍ସ େଓ୍ଵଟିଙ୍ଗ୍‌ ପିରିୟଡ଼କୁ ୪୮ ମାସ ପରିବର୍ତ୍ତେ ୩୬ ମାସକୁ ହ୍ରାସ କରିଛି । ତେବେ ଆୟୁଷ ଚିକିତ୍ସା ପାଇଁ କୌଣସି ସୀମା ନାହିଁ । ଆୟୁର୍ବେଦ, ଯୋଗ, ପ୍ରାକୃତିକ ଚିକିତ୍ସା ଏବଂ ହୋମିଓପାଥି ଭଳି ପ୍ରଣାଳୀରେ କୌଣସି ସୀମା ବିନା ବୀମା ରାଶି ପର୍ଯ୍ୟନ୍ତ କଭରେଜ୍‌ ମିଳିବ ।

Subhalaxmi Das

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

12 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

37 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

41 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

44 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

49 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

1 hour ago