ଆସୁଛି ବଡ଼ ବାତ୍ୟା, ୩୬ ଘଣ୍ଟା ଭିତରେ ତାମିଲନାଡୁ ଉପକୂଳ ଛୁଇଁବ

ନୂଆଦିଲ୍ଲୀ : ଆସୁଛି ବଡ଼ ବାତ୍ୟା । ଯାହା ଆସନ୍ତା ୩୬ ଘଣ୍ଟା ମଧ୍ୟରେ ତାମିଲନାଡୁ ଦେଇ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ସହିତ ସତର୍କ ମଧ୍ୟ କରାଇ ଦେଇଛି । ଭାରତ ମହାସାଗର ଏବଂ ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଦିଗରେ ଏହି ବାତ୍ୟା ଘନୀଭୂତ ହୋଇଛି । ପରବର୍ତ୍ତୀ ସମୟରେ ଏହା ବାତ୍ୟାର ରୂପ ନେଇ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଆଜି ରାତି ସୁଦ୍ଧା ଏହା ଶ୍ରୀଲଙ୍କାରେ ପହଞ୍ଚିବ ବୋଲି ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ । ବିଶେଷ କରି ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ପୁଡୁଚେରୀରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଶ୍ରୀଲଙ୍କାର ପୂର୍ବ ଉପକୂଳକୁ ଏହି ଝଡ଼ବାତ୍ୟା ପ୍ରଭାବିତ କରିବ ।

 

Leave A Reply

Your email address will not be published.