ଦେଶ ବିଦେଶ

ଏମିତି ଥିଲା ୨୦୨୨, କିଛି ସୁଖ, ଦୁଃଖ ଓ ଆତଙ୍କର କାହାଣୀ ଲେଖିଥିଲା ସମୟର କାନଭାସରେ

୨୦୨୨ ଶେଷ ହେବାକୁ ଆଉ ଅଳ୍ପ କିଛି ଦିନ ବାକି ରହିଛି । ପୁରୁଣା ବର୍ଷକୁ ବିଦାୟ ଦେଇ ଚାଲି ଆସିବ ନୂଆ ବର୍ଷ । ପୁଣି ସାଉଁଟିବ କିଛି ଆଶା, ଆକାଂକ୍ଷା ଓ ପୁଳା ପୁଳା ପ୍ରତିଶ୍ରୁତି । ହେଲେ ବିଗତ ବର୍ଷର ଅନୁଭୁତି ସବୁ ପାଲଟି ଯିବ ସ୍ମୃତି ଆଉ ଆଙ୍କି ହୋଇ ଯିବ ହୃଦୟ ଭିତରେ । ଆସନ୍ତୁ ଜାଣିବା ୨୦୨୨ ସମୟର କାନଭାସରେ ଆଙ୍କି ଯାଇଥିବା କିଛି ଦୁଃଖ,ସୁଖ ଓ ଆତଙ୍କର କାହାଣୀ ।

• ଫେବ୍ରୁଆରୀ ୨୪। ଏମିତି କିଛି ଘଟିଗଲା ଯାହାର କଳ୍ପନା ଏକବିଂଶ ଶତାବ୍ଦୀରେ କେହି କରିନଥିଲେ । ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିଲା ଶକ୍ତିଶାଳୀ ରୁଷ। ଯୁଦ୍ଧକ୍ଷେତ୍ର ୟୁକ୍ରେନ, କିନ୍ତୁ ଆମେରିକା ଓ ନାଟୋ ଦେଶ ସହ ଲଢେଇ କରୁଛି ରୁଷ। ପରମାଣୁ ଯୁଦ୍ଧ ଯାଏ କଥା ଯାଇଛି। ବିଶ୍ୱରେ ଖାଦ୍ୟ ଓ ତୈଳ ସଂକଟ ସୃଷ୍ଟି କରିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱ ଏବେ ଦେଖୁଛି ସବୁଠାରୁ ବଡ଼ ଯୁଦ୍ଧ। ଯୁଦ୍ଧ ଆରମ୍ଭରୁ ଆକଳନ କରାଯାଇଥିଲ, ରୁଷ ସାମ୍ନାରେ ମୁଣ୍ଡ ନୁଆଁଇବ ୟୁକ୍ରେନ୍‌, ଖୁବ୍‌ ଶୀଘ୍ର ଅନ୍ତ ହେବ ଯୁଦ୍ଧ । ହେଲେ ସେପରି କିଛି ହେଲାନାହିଁ । ରୁଷକୁ କଡା ଜବାବ ଦେଉଛି ୟୁକ୍ରେନ୍। ଯୁଦ୍ଧ ଜାରି ରହିଛି।

• ତାଇୱାନକୁ ନେଇ ଆମେରିକା-ଚୀନ, ସବୁ ବେଳେ ମୁହାଁମୁହିଁ। ବର୍ଷବର୍ଷ ଧରି ଏ ବିବାଦ ରହିଛି। ୨୦୨୨ରେ ବିବାଦ ଚରମ ସୀମାରେ ପହଞ୍ଚିଥିଲା। କଥା ଯୁଦ୍ଧ ଯାଏ ପହଞ୍ଚିଗଲା। ଲାଗିଲା ତାଇୱାନ ଉପରେ ହମଲା ଆରମ୍ଭ କରିଦେବ ଚୀନ। ଆମେରିକା ହାଉସ ସ୍ପିକର ଥିବା ନାନ୍‌ସୀ ପେଲୋସୀଙ୍କ ତାଇୱାନ ଗସ୍ତ ପରେ ବିବାଦ ବଢିଥିଲା। ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଜୋରଦାର ସମରାଭ୍ୟାସ କଲା ବେଜିଂ। ଏବେ ବିବାଦ କିଛି କମିଛି। କିନ୍ତୁ ସଂକଟ ଟଳି ନାହିଁ। ରହି ରହି ତାଇୱାନ ଆକାଶ ଲଂଘୁଛି ଚୀନ ବାୟୁସେନା।

• ୨୦୨୨ରେ ଚୀନରେ ସୁବଠୁ କ୍ଷମତାଶାଳୀ ଶାସକ ଭାବେ ନିଜ ସ୍ଥାନ ପକ୍କା କରିଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ। କମ୍ୟୁନିଷ୍ଟ ପାର୍ଟି ଅଧିବେଶନରେ ସେ ପୁଣି ଥରେ ମହାସଚିବ ନିର୍ବାଚିତ ହୋଇଥିଲେ। ଆଉ ୫ ବର୍ଷ ପାଇଁ କ୍ଷମତାରେ ରହିବେ। ୨୦୧୩ରୁ ରାଷ୍ଟ୍ରପତି ଅଛନ୍ତି ସି ଜିନପିଙ୍ଗ। ଲଗାତର ତୃତୀୟ ଥର କ୍ଷମତା ହାସଲ କରିବାରେ ସି ଜିନପିଙ୍ଗ ମାଓ ସେତୁଙ୍ଗ ରେକର୍ଡର ସମକକ୍ଷ ହୋଇଛନ୍ତି।

photo :sky news

• ୨୦୨୨ ଅଗଷ୍ଟ ୨। ଓସାମା ବିନ ଲାଦେନର ମୃତ୍ୟୁର ୧୧ ବର୍ଷ ପରେ ଅର୍ଥାତ ୨୦୨୨ରେ ବିଶ୍ୱ ଜାଣିଥିଲା, ମରିଛି ଅୟମନ ଅଲ୍‌-ଜୱାହିରି। ୨୦୧୧ ପରେ ଚଳିତ ବର୍ଷ ଅଲ କାଏଦ୍‌କୁ ଲାଗିଥିଲା ଜବରଦସ୍ତ ଝଟ୍‌କା। ଆମେରିକାର ଆକ୍ସନ। ବିଶ୍ୱର ଏକ ନମ୍ବର ଆତଙ୍କବାଦୀର ଅନ୍ତ। ଡ୍ରୋନ ଆକ୍ରମଣରେ ଅଲ କାଏଦା ମୁଖ୍ୟ ଆୟମନ ଅଲ୍‌ ଜୱାହିରି ନିପାତ ହୋଇଥିଲା।

• ୨୦୨୨ର ବଡ ଘଟଣାକ୍ରମ ଥିଲା ପାକିସ୍ତାନରେ ରାଜନୈତିକ ଅସ୍ଥିରତା । ପାକିସ୍ତାନ ନାସନାଲ ଆସେମ୍ଲିରେ ଅନାସ୍ଥା ପ୍ରସ୍ତାବରେ ହାରିବା ପରେ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଥିଲେ ଇମ୍ରାନ ଖାନ। ଇମ୍ରାନ ସରକାରର ପତନ ହୋଇଥିଲା। ଏହା ପରେ ଅଶାନ୍ତ ହୋଇଥିଲା ପାକିସ୍ତାନ ପରିସ୍ଥିତି। ଇମ୍ରାନ ଖାନଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇବାରୁ ବିଭିନ୍ନ ସହରରେ ସେନା ମୁତୟନ କରିବାକୁ ପଡିଥିଲା।

• ୨୦୨୨ରେ ଘୋର ଆର୍ଥିକ ସଙ୍କଟ ସହ ରାଜନୈତିକ ଅସ୍ଥିରତାର ସାମନା କରିଥିଲା ଶ୍ରୀଲଙ୍କା। ସାଧାରଣ ଲୋକଙ୍କ ପାଇଁ ଖାଦ୍ୟପେୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଥିଲା। ଚାରିଆଡେ ହାହାକାର ପରିସ୍ଥିତି ସହ ସରକାର ବିରୋଧୀ ବିହ୍ରୋହ ଦେଖାଦେଇଥିଲା। ଏପରିକି ଲୋକେ ରାଷ୍ଟ୍ରପତି ଭବନକୁ ଦଖଲ କରି ନେଇଥିଲେ। ଜନତାଙ୍କ ବିଦ୍ରୋହକୁ ଡରି ରାଷ୍ଟ୍ରପତି ଗୋଟାବାୟା ରାଜପକ୍‌ସେ ପରିବାର ସହ ଦେଶ ଛାଡି ଚାଲିଯାଇଥିଲେ।

• ଇରାନ ସରକାରଙ୍କ ମୁସଲମାନ ମହିଳାଙ୍କ ଲାଗି ହିଜାବ ପିନ୍ଧିବା ବାଧ୍ୟତାମୂଳକ କରିବା ନିୟମ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ ଇରାନର ମହିଳା। ବିକ୍ଷୋଭରେ ଗିରଫ ଜଣେ ମହିଳା ପୋଲିସ ହାଜତରେ ପ୍ରାଣ ହରାଇଥିଲେ। ଏହାକୁ ବିରୋଧ କରି ଦେଶ ସାରା ରାସ୍ତାକୁ ଓହ୍ଲାଇଥିଲେ ମହିଳା। ଦେଶ ସାରା ନିଆଁ ଭଳି ବ୍ୟାପିଯାଇଥିଲା ଏହି ବିକ୍ଷୋଭ।

• ଚଳିତ ବର୍ଷ ବ୍ରିଟେନବାସୀ ରାଜନୀତିରେ ନୂଆ ଇତିହାସ ଦେଖିଥିଲେ । ବୋରିସ୍‌ ଜନସନ୍‌, ଲିଜ୍‌ ଟ୍ରସ୍‌ ଏବଂ ଋଷି ସୁନକ । ମାତ୍ର ଦୁଇ ମାସ ମଧ୍ୟରେ ତିନି ପ୍ରଧାନମନ୍ତ୍ରୀ ଦେଖିଥିଲେ ଦେଶବାସୀ। ଦେଶରେ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ପରିବର୍ତ୍ତନ ହୋଇଥିଲେ । ବୋରିସ୍‌ ଜନସନ୍‌ ଇସ୍ତଫା ଦେବା ପରେ ନିର୍ବାଚନ ହୋଇଥିଲା । ରିଷି ସୁନକଙ୍କୁ ପରାସ୍ତ କରି ପ୍ରଧାନମନ୍ତ୍ରୀ ହୋଇଥିଲେ ଲିଜ ଟ୍ରସ୍‌ । ହେଲେ ୪୫ ଦିନ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଲିଜ୍‌ ଟ୍ରସ୍‌ । ପୁଣି ଥରେ ନିର୍ବାଚନରେ ନିର୍ବାଚିତ ହୋଇଥିଲେ ରିଷି ସୁନକ । ପ୍ରଥମ ଥର ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

• ଚଳିତ ବର୍ଷର ବହୁ ପ୍ରତିକ୍ଷୀତ ଅଭିଯାନ ଥିଲା ନାସାର ମୁନ୍‌ ମିଶନ । ୫୦ ବର୍ଷ ପରେ ଜହ୍ନ ରାଇଜ ମୁହାଁ ନାସା। ବେଶ ନାଟକୀୟ ଥିଲା ଆର୍ଟିମିସ ଯାତ୍ରା । ତ୍ରୁଟି ଯୋଗୁ ଦି ଦି ଥର ଅଭିଯାନ ବାତିଲ ପରେ ତୃତୀୟ ଥରରେ ମିଳିଥିଲା ସଫଳତା।

photo : twitter

• ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ହରାଇଛି ୨୦୨୨ । ହେଲେ ଇଂଲଣ୍ଡ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ଥିଲା ଚଳିତ ବର୍ଷର ସବୁଠାରୁ ଦୁଃଖଦ ଖବର । ସେପ୍ଟେମ୍ବର ୮ ତାରିଖରେ ରାଣୀଙ୍କର ପରଲୋକ ହୋଇଥିଲା । ୧୯ ତାରିଖରେ ହୋଇଥିଲା ଶେଷ କୃତ୍ୟ। ଶେଷକୃତ୍ୟରେ ସାମିଲ ହେବାକୁ ଭାରତରୁ ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Niharanjan

Recent Posts

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

8 mins ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

39 mins ago

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

1 hour ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

2 hours ago

ସୁରକ୍ଷିତ ଦେଶ ଯେଉଁଠି ସ୍କୁଲ ହେଉ କି ସପିଂ ମଲ୍‌ ପିଲାମାନେ ଏକା ଯାଆନ୍ତି

ସାଧାରଣତ ଯେତେବେଳେ ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି, ଲୋକମାନେ ସେମାନଙ୍କର ସୁରକ୍ଷା ପାଇଁ ଚିନ୍ତିତ ହୁଅନ୍ତି । ଆମେ ସେମାନଙ୍କୁ ଏକୁଟିଆ…

2 hours ago

ଦିଲ୍ଲୀରେ ବିଦ୍ୟୁତ ସଙ୍କଟ, ଦିନ ୨ ଟାରୁ ନାହିଁ କରେଣ୍ଟ

ଡହ ଡହ ଖରାରେ ଜଳୁଛି ସାରା ଦେଶ । ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ତାତି । କିନ୍ତୁ ଏହାରି ଭିତରେ…

3 hours ago