ଦେଶ ବିଦେଶ

ଶ୍ରମ ଆଇନ୍‌ରେ ବଡ଼ ସଂସ୍କାର : ୫୦ କୋଟି ଶ୍ରମିକଙ୍କ ବଦଳିବ ଭାଗ୍ୟ, ପ୍ରଧାନମନ୍ତ୍ରୀ ଶ୍ରମିକଙ୍କୁ ଦେଲେ ଏପରି ପୁରସ୍କାର

ନୂଆଦିଲ୍ଲୀ :  ଶ୍ରମ ଆଇନ୍‌ରେ ବଡ଼ ସଂସ୍କାର ଆଣିଛନ୍ତି କେନ୍ଦ୍ର ସରକାର ।  ୫୦ କୋଟି ଶ୍ରମିକଙ୍କ ବଦଳିବ ଭାଗ୍ୟ । ପ୍ରଧାନମନ୍ତ୍ରୀ ଶ୍ରମିକଙ୍କୁ ଦେଲେ ଏପରି ପୁରସ୍କାର । ଦେଶର ୫୦ କୋଟି ସଂଗଠିତ ଓ ଅସଗଂଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମୋଦି ସରକାର ୪୪ ଶ୍ରମ ଆଇନ୍‌ରେ ବଡ଼ ପରିବର୍ତ୍ତନ କରିବା ସହ କେବଳ ୪ ଟି ଶ୍ରମ କୋଡ୍‌ ପ୍ରସ୍ତୁତ କରିଛନ୍ତି ।

ଏଥିସହିତ ସରକାର ୧୨ଟି ଆଇନକୁ ରଦ୍ଦ କରିବା ସହ ପୁରୁଣା ୪୪ ଶ୍ରମ ଆଇନ ମଧ୍ୟରୁ ମାତ୍ର ୩ ଆଇନକୁ ଶ୍ରମ କୋଡ୍‌ରେ ସାମିଲ୍‌ କରିଛନ୍ତି । ଅର୍ଥାତ ଏବେ କେବଳ ୨୯ ଶ୍ରମ ଆଇନ ବଦଳରେ ୪ ଟି ଶ୍ରମ ଆଇନ ଲାଗୁ ହେବ ।

Wage Code-

୧. ରାଷ୍ଟ୍ରୀୟସ୍ତରରେ ନ୍ୟୁନତମ ବେତନ ସ୍ଥିର କରାଯିବ ।
୨. ରାଷ୍ଟ୍ରୀୟ ଫ୍ଲୋର୍‌ ଲେବଲ୍‌ ବେତନ ମିଳିବ ।
୩. ଭାରତ ସରକାର ଏକ ପରିଷଦ ଗଠନ କରିବ ଯିଏକି ପ୍ରତିବର୍ଷ ନ୍ୟୁନତମ ବେତନର ଆକଳନ କରିବ ।
୪. ବେତନର ନିର୍ଦ୍ଧାରଣ ଭୈାଗଳିକ ସ୍ଥିତି ଓ କୁଶଳତା(ସ୍କିଲ୍‌)ଆଧାରରେ କରାଯିବ ।
୫. ୧୫ ହଜାର ଟଙ୍କା ନ୍ୟୁନତମ ବେତନ ସ୍ଥିର ହେବାର ସମ୍ଭାବନା ।
୬. କମ୍ପାନିଗୁଡିକୁ ଦରମା ପ୍ରତିମାସ ୭ ରୁ ୧୦ ତାରିଖ ମଧ୍ୟରେ ଦେବାକୁ ପଡିବ ।
୭. ପୁରୁଷ ଓ ମହିଳାଙ୍କୁ ସମାନ ବେତନ ମିଳିବ ।

OSH Code-

୧. କାମ କରିବାର ସୁରକ୍ଷିତ ବାତାବରଣ ।
୨. କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବାକୁ ହେବ ।
୩. କମ୍ପାନି କ୍ୟାଣ୍ଟିନ୍‌ ଓ କ୍ରେଚ୍‌ ସୁବିଧା ଦେବା ନିହାତି ଜରୁରୀ ।
୪. ୫ କିମ୍ବା ଏଥିରୁ ଅଧିକ ସଂସ୍ଥା ମିଶିକରି ଗ୍ରୁପ୍‌ କ୍ୟାଣ୍ଟିନ ଚଳାଇ ପାରିବେ ।
୫. ସବୁ ଶ୍ରମିକ, କର୍ମଚାରୀଙ୍କୁ ନିଯକ୍ତି ପତ୍ର ଦେବା ଅତ୍ୟନ୍ତ ଜରୁରୀ ।
୬. ଯଦି କୈାଣସି କର୍ମଚାରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୁଏ ତେବେ ଦରମା ବାଦ ଜରିମାନାର ୫୦ % ପର୍ଯ୍ୟନ୍ତ ଅର୍ଥ କମ୍ପାନିକୁ ଦେବାକୁ ହେବ ।
୭. ପ୍ରବାସୀ ଶ୍ରମିକଙ୍କୁ ପ୍ରତି ବର୍ଷ ଗୋଟିଏ ଥର ପାଇଁ ଘରକୁ ଯିବାକୁ ପ୍ରବାସୀ ଭତ୍ତା କମ୍ପାନି ଦେବ ।
୮.୨୪୦ ଦିନ ପରିବର୍ତ୍ତେ ଏବେ ୧୮୦ ଦିନ କାମ କରିବା ପରେ Earn Leave ସୁବିଧା ପାଇବେ ।
୯. ମହିଳାଙ୍କୁ ସବୁ କ୍ଷେତ୍ରରେ କାମ କରିବାର ଅଧିକାର ମିଳିବ ।
୧୦. ୪୫ ବର୍ଷ ଉପରେ ଥିବା କର୍ମଚାରୀଙ୍କୁ ଗୋଟିଏ ଥର ପାଇଁ ଫ୍ରି ମେଡିକାଲ୍‌ ଚେକ୍‌ ଅପ୍‌ ମିଳିବ ।

Industrial Relations Code-

୧. ଟ୍ରେଡ୍‌ ୟୁନିଅନ୍‌କୁ କେନ୍ଦ୍ର, ରାଜ୍ୟ ଏବଂ ସଂସ୍ଥାନସ୍ତରରେ କାନୁନ ମାନ୍ୟତା ମିଳିବ ।
୨. ଯଦି କିଛି କର୍ମଚାରୀଙ୍କ କମ୍ପାନୀ ସହ କିଛି ବିବାଦ ହୁଏ ତେବେ ୩ ବର୍ଷ ପରିବର୍ତ୍ତେ ୨ ବର୍ଷ ଭିତରେ ମାମଲା ଫଇସଲା ହେବ ।
୩. ଯଦି କୈାଣସି କମ୍ପାନୀ କର୍ମଚାରୀଙ୍କୁ ବାହାର କରିଦିଏ ତେବେ ତାଙ୍କୁ Reskilling Fund (୧୫ ଦିନର ବେତନ) ଦେବାକୁ ହେବ ।
୪. ଟ୍ରେଡ୍‌ ୟୁନିଅନ୍‌କୁ ଆନ୍ଦୋଳନର ୧୪ ଦିନ ପୂର୍ବରୁ ନୋଟିସ୍‌ ଦେବାକୁ ହେବ ।
୫. ୩୦୦ କର୍ମଚାରୀର କମ୍ପାନୀ ବିନା ସରକାରୀ ଅନୁମୋଦନରେ ବନ୍ଦ ହୋଇ ପାରିବ । ଆଗରୁ ଏହି ନିୟମ କେବଳ ୧୦୦ କର୍ମଚାରୀ କମ୍ପାନୀ ଉପରେ ଲାଗୁ ହେଉଥିଲା ।

୬. ଏବେ ଶ୍ରମିକଙ୍କୁ Fixed Term Employment ମାନ୍ୟତା ମିଳିବ । ଅର୍ଥାତ୍‌ ଏବେ ଶ୍ରମିକ ସ୍ଥାୟୀ ଭାବରେ କାମ କରିବାର ସୁବିଧା ପାଇ ପାରିବେ ।

Social Security Code-

୧. ESIC କୁ ବିସ୍ତାର କରାଯିବ । ଦେଶର ୭୪୦ ଜିଲ୍ଲାରେ ESIC ସୁବିଧା ହେବ । ଆଗରୁ ଏହା ୫୬୬ ଜିଲ୍ଲାରେ ଥିଲା ।
୨. ବଗିଚାରେ କାମ କରୁଥିବା ଶ୍ରମିକ ମଧ୍ୟ ESI ଅନ୍ତର୍ଗତ ହେବେ ।
୩. ୧୦ରୁ କମ୍‌ ଶ୍ରମିକ ଥିବା ସଂସ୍ଥାରେ ସ୍ୱେଚ୍ଛାରେ ESI ସଦସ୍ୟ ହେବାର ବିକଳ୍ପ ରହିବ ।
୪.୨୦ରୁ ଅଧିକ ଶ୍ରମିକ ଥିବା ସଂସ୍ଥା EPFO କଭରେଜ୍‌ ଭିତରେ ଆସିବ ।
୫. କଣ୍ଟ୍ରାକ୍ଟରେ କାମ କରୁଥିବା କର୍ମଚାରୀ ମଧ୍ୟ ଗ୍ରାଚ୍ୟୁଟିର ଫାଇଦା ପାଇବେ । ଏଥିପାଇଁ ନ୍ୟୁନତମ କାର୍ଯ୍ୟାକାଳ ବାଧ୍ୟତା ହେବ ନାହିଁ ।
୬.ଯେଉଁ କମ୍ପାନୀରେ ୨୦ରୁ ଅଧିକ ଶ୍ରମିକ କାମ କରୁଥିବେ ସେଠାରେ ଅନ୍‌ ଲାଇନ୍‌ ପୋର୍ଟାଲରେ ଚାକିରୀ ପାଇଁ ଖାଲି ପଦବୀର ସୂଚାନ ଦେବା ଜରୁରୀ ।

Niharanjan

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

10 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

35 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

39 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

42 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

48 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

60 mins ago