ବାହାରିନରେ ପ୍ରବାସୀ ଓଡ଼ିଆ ପାଳିଲେ ମକର ସଂକ୍ରାନ୍ତି

ବେଙ୍ଗାଲୁରୁ (କେନ୍ୟୁଜ୍‌) : ଓଡ଼ିଆ ସଂସ୍କୃତିର ମହତ୍ତ୍ୱପୂର୍ଣ୍ଣ ପର୍ବ ହେଉଛି ମକର ସଂକ୍ରାନ୍ତି । ଯାହା ବିଭିନ୍ନ ନାମରେ ବିଭିନ୍ନ ରାଜ୍ୟରେ ପାଳିତ ହୁଏ । ସେହିଭଳି ଭାବେ ଦେଶ ବାହାରେ ରହୁଥିବା ଓଡ଼ିଆମାନେ ମଧ୍ୟ ବେଶ୍‌ ଉତ୍ସାହର ସହ ମକର ପର୍ବ ପାଳନ କରିଛନ୍ତି ।

ବାହାରିନ ଓଡ଼ିଆ ସମାଜ ଆନୁକୂଲ୍ୟରେ ବହୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି ମକର ପର୍ବ। ଏଠାକାର ଓଡ଼ିଆ ସମାଜ ଆନୁକୂଲ୍ୟରେ ଏହି ପର୍ବ ସଂସ୍ଥାର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜଙ୍କ ନେତୃତ୍ୱରେ ପାଳିତ ହୋଇଛି । ସଂକ୍ରାନ୍ତି ଦିନ ସକାଳେ ପ୍ରଭୁ ଶ୍ରୀଜଗନ୍ନାଥ ପାଖରେ ମକର ଚାଉଳ ଅର୍ପଣ କରାଯାଇଥିଲା । ସମସ୍ତ ଓଡ଼ିଆ ଭାଇ ଭଉଣୀ ମକର ଚାଉଳ ସେବନ କରିବା ସହିତ ଅନ୍ୟ ଭାରତୀୟ ସମାଜର ପ୍ରତିନିଧିମାନଙ୍କୁ ବିତରଣ କରିଥିଲେ । ସମଗ୍ର ବିଶ୍ୱର କଲ୍ୟାଣ ଉଦ୍ଦେଶ୍ୟରେ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ଏହି ଅବସରରେ ସମ୍ମିଳିତ ଗୁଡ଼ିଉଡ଼ା ଆସର ମଧ୍ୟ ଅନୁଷ୍ଠିତ ହୋଇଥିଲା ।

MAKARA-2
ଏହିପରି ପର୍ବ ଆମମାନଙ୍କ ମନରେ ସକାରାତ୍ମକ ଶକ୍ତି ସ୍ରୋତ ପ୍ରବାହ କରିବା ସହିତ ବିଶ୍ବ ପ୍ରେମ ଓ ମାନବପ୍ରେମ ପ୍ରସାରିତ କରିଥାଏ । ଏହା ସହିତ ଆମେ ବିଦେଶରେ ରହିଲେ ମଧ୍ୟ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ସହ ଯୋଡ଼ି ହୋଇ ରହୁଛୁ ବୋଲି ଡ. ଅରୁଣ କୁମାର ପ୍ରହରାଜ କହିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.