କୋଭିଡ଼ ଟିକା ନେବା ହେଲା ଆହୁରି ସହଜ: ମାତ୍ର କେଇ ମିନିଟରେ ହ୍ଵାଟସଆପ୍‌ରେ ଏମିତି କରନ୍ତୁ ସ୍ଲଟ ବୁକିଂ

ନୂଆଦିଲ୍ଲୀ(କେନ୍ଯୁଜ୍): କୋଭିଡ଼ ଟିକା ନେବା ପାଇଁ ଆହୁରି ସହଜ ହେଲା ସ୍ଲଟ୍‌ ବୁକିଂ। କେଇ ମିନିଟରେ ନିଜ ମୋବାଇଲ ହ୍ଵାଟସଆପ୍‌ରେ ସ୍ଲଟ ବୁକିଂ କରିହେବ। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଏଥିପାଇଁ ପ୍ରଥମେ ଆପଣଙ୍କ ମୋବାଇଲରେ ସେଭ୍‌ କରନ୍ତୁ ୯୦୧୩୧୫୧୫୧୫।

ହ୍ଵାଟସଆପ୍‌ରୁ ଏହି ନମ୍ବରରୁ ବୁକ୍‌ ସ୍ଲଟ ଲେଖି ପଠାନ୍ତୁ। ଏହାପରେ ଆପଣଙ୍କୁ ୬ଟି ନମ୍ବର ଥିବା ଓଟିପି ମିଳିବ। ଏହାପରେ ଟିକା ନେବାକୁ ଚାହୁଁଥିବା ଦିନ, ସ୍ଥାନ, ପିନ୍‌ କୋଡ୍‌ ଓ କେଉଁ ଟିକା ନେବେ ସେନେଇ ଚୟନ କରିବେ। ଏହାପରେ ଟିକା ନେବା ପାଇଁ ଆପଣଙ୍କ ସ୍ଲଟ ବୁକ୍‌ ହୋଇଯିବ। ଲୋକମାନେ କିଭଳି ସହଜରେ ଓ ସୁବିଧାରେ ଟିକା ନେଇପାରିବେ ସେନେଇ କେନ୍ଦ୍ର ସରକାର ନୂଆ ନୂଆ ବ୍ୟବସ୍ଥା କରୁଛନ୍ତି।

Leave A Reply

Your email address will not be published.