ଏବେ ଗୋବରରୁ ପ୍ରସ୍ତୁତ ହେଉଛି ଫ୍ୟାସନେବଲ ଡ଼୍ରେସ୍ : ମିଳିଲା ଗ୍ଲୋବାଲ ଆୱାର୍ଡ଼

ଆଇଡ଼ହୋବନ : ନେଦରଲ୍ୟାଣ୍ଡରେ ରହୁଥିବା ଜଣେ ମହିଳା ଗାଇ ଗୋବରରୁ ପ୍ରସ୍ତୁତ କରିଛନ୍ତି ଫ୍ୟାସନେବଲ ଡ଼୍ରେସ। ଏଠାକାର ଗୋଟିଏ ଷ୍ଟାଟଅପ୍ କମ୍ପାନୀ ପୋଷାକ ପ୍ରସ୍ତୁତ କରିବାର ଏକ ଅଭିନବ ଉପାୟ ଆପଣାଇଛି। କମ୍ପାନୀ ଗାଇ ଗୋବରରୁ ସେଲୁଲୋଜ ଅଲଗା କରିବା ସହ ଏଥି ଦ୍ବାରା ପ୍ରସ୍ତୁତ କରୁଛି ବିଭିନ୍ନ ପ୍ରକାରର ଡ଼ିଜାଇନର ଡ଼୍ରେସ। ଏହି ଷ୍ଟାଟଅପ କମ୍ପାନୀ ବାୟୋଟେକ୍ ଲ୍ୟାବକୁ ଜଲିଲା ଏସାଇଦୀ ନାମକ ଜଣେ ମହିଳା ଚଲାଇଛନ୍ତି। ଏଠାରେ ସେଲଲୋଜରୁ ଏକ ପ୍ରକାରର ଫେବ୍ରିକ୍ ପ୍ରସ୍ତୁତ କରୁଛନ୍ତି ଯାହାର ନାମ ମେଷ୍ଟିକ୍ ରଖାଯାଇଛି। ଏଥିରୁ ସାର୍ଟ, ଟପ୍ ଆଦି ବିଭିନ୍ନ ପ୍ରକାରର ପୋଷାକ ପ୍ରସ୍ତୁତ କରାଯାଉଛି। ଏହି ସେଲୁଲୋଜ୍ ବାୟୋ-ଡ଼ିଗ୍ରୀଡ଼େବଲ ପ୍ଲାଷ୍ଟିକ୍ ଏବଂ କାଗଜ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଇପାରିବ।

ଏସାଇଦୀଙ୍କ କହିବା ଅନୁଯାୟୀ ଏହାକୁ ଭବିଷ୍ୟତ ଫେବ୍ରିକ୍ ଭାବେ ନିଆଯାଉଛି। ଏହାକୁ ଗୋବରର ଶ୍ରେଷ୍ଠ ମେଟେରିଆଲ କୁହାଯାଉଛି। ସାଧାରଣତଃ ଗୋବରକୁ ଖରାପ ଏବଂ ଦୁର୍ଗନ୍ଧ ପୂର୍ଣ୍ଣ କୁହାଯାଇଥାଏ। କିନ୍ତୁ ଏଥିରେ ଉପସ୍ଥିତ ଥିବା ସେଲୁଲୋଜରେ ଲୁଚି ରହିଛି ଅନେକ ପ୍ରକାରର ଭଲ ଜିନିଷ। ଯାହ ଦୁନିଆକୁ ସୁନ୍ଦର ଦେଖାଯିବାରେ ହୋଇଥାଏ ଲାଭକାରୀ। ଏବେ ଏସାଇଦୀ ୧୫ଜଣ ଚାଷୀଙ୍କୁ ନେଇ ଏହି ପ୍ରୋଜେକ୍ଟରେ କାମ ଚଲାଇଛନ୍ତି। ତାଙ୍କର ଏହି ଅଭିନବ ଆଇଡ଼ିଆକୁ ଚିବାଜ ବେଞ୍ଚର ଏଣ୍ଡ ଏଚଏଣ୍ଡଏମ୍ ଫାଉଣ୍ଡସନ୍ ତରଫରୁ ଗ୍ଲେବାଲ ଆୱାର୍ଡ଼ ମଧ୍ୟ ମିଳିଛି।

ଏହି ଫେବ୍ରିକଟି ଶସ୍ତା ହେବା ସହ ବହୁତ ଲାଭକାରୀ ମଧ୍ୟ। ଜଲିଲା ଏସାଇଦୀ କହିଛନ୍ତି, ମିଳିଥିବା ଗୋବର ଏବଂ ଗୋମୂତ୍ରରେ ୮୦ ପ୍ରତିଶତ ପାଣି ରହିଥାଏ। ଏହାର ଓଦା ଏବଂ ଶୁଖା ଭାଗକୁ ଅଲଗା କରିବାକୁ ପଡ଼ିଥାଏ। ଓଦା ଅଂଶରେ ଥିବା ସାଁବ୍ଲେଟରୁ ସେଲୁଲୋଜ ପ୍ରସ୍ତୁତ ପାଇଁ ଫମେଣ୍ଟେସନ ପ୍ରସ୍ତୁତ ହୋଇଥାଏ। ଏଥିରେ ଅଧିକାଂଶ ଘାସ ଏବଂ ମକା ରହିଥାଏ । ଯାହା ଗାଇକୁ ଖାଦ୍ୟ ଭାବେ ଦିଆଯାଇଥାବାର ଶେଷ ଅଂଶ। ଯାହାପରେ ଏଥିରୁ ପ୍ରସ୍ତୁତ ହୋଇଥାଏ ଫେବ୍ରିକ୍। ଏହି ଫେବ୍ରିକରୁ ପ୍ରସ୍ତୁତ କପଡ଼ା ଅଧିକ ନରମ ରହିବା ସହ ଅନ୍ୟ କପଡ଼ାଠୁ ଅଧିକ ଭଲ ରହିଥାଏ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ପ୍ରକ୍ରିୟାରେ ପ୍ରସ୍ତୁତ କପଡ଼ା ବହୁ ଉଚ୍ଚକୋଟୀର ହୋଇଥାଏ।

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

12 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

19 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

35 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

41 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

54 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago