ମୁମ୍ବାଇର ମଲାଡରେ ଥିବା ଏକ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗିବା ପରେ ତୃତୀୟ ମହଲାରୁ ଡେଇଁଲେ ମହିଳା

ମୁମ୍ବାଇର ମଲାଡ ଅଞ୍ଚଳରେ ଥିବା ଜନକଲ୍ୟାଣ ନଗରର ଏକ ବହୁତଳ କୋଠାରେ ଭୟଙ୍କର ନିଆଁ । ୨୧ ମହଲା ବିଲିଡିଂର ତୃତୀୟ ମହଲାରେ ଭୀଷଣ ନିଆଁ ଲାଗିଛି। ନିଆଁ ଲାଗିବା ଖବର ମିଳିବା ପରେ ଅଗ୍ନିଶମ ବାହିନୀର ୪ଟି ଗାଡି ଘଟଣାସ୍ଥଳରେ ନିୟୋଜିତ ରହିଛି। ବିଲିଡିଂରେ ନିଆଁ ଲାଗିବା ପରେ ଜଣେ ଯୁବତୀ ଝରକାରୁ ଡେଇଁପଡିଥିବା ଦେଖିବାକୁ ମିଳିଛି। ନିଆଁର ପ୍ରକୋପ ଏତେ ଅଧିକ ରହିଛି ଯେ, ଅଧ କିମି ପର୍ଯ୍ୟନ୍ତ କଳା ଧୂଆଁ ଚାରିଆଡେ ବ୍ୟାପିଛି

ତେବେ ଏହି ଘଟଣାରେ କେତେ କ୍ଷୟକ୍ଷତି ହୋଇଛି, ତାହାର ସୂଚନା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.