ବିବାହ ବନ୍ଧନରେ ଆବଦ୍ଧ ହେଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜଇ

ବିବାହ ବନ୍ଧନରେ ଆବଦ୍ଧ ହେଲେ ମଲାଲା ୟୁସୁଫଜଇ। ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ନିଜ ବିବାହ ସମ୍ପର୍କିତ ସୂଚନା ଟ୍ଵିଟରରେ ଦେଇଛନ୍ତି। ବର୍ମିହାମରେ ନିଜ ପରିବାର ସହ ଏକ ଛୋଟ ନିକାହ ସମାରୋହରେ ଅସରଙ୍କୁ ବିବାହ କରିଛନ୍ତି ମଲାଲା। ପାକିସ୍ତାନ ନାଗରିକ ଥିବା ମଲାଲା ନିଜ ଦେଶର ନାରୀଙ୍କ ଶିକ୍ଷା ଓ ଶାନ୍ତି ପାଇଁ ସ୍ୱର ଉତ୍ତୋଳନ କରିଥିଲେ।

Malala Yousafzai

୧୫ ବର୍ଷ ବୟସରେ ସ୍କୁଲରୁ ବସ୍‌ରେ ଫେରୁଥିବାବେଳେ ତାଲିମାନ ଆତଙ୍କୀ ତାଙ୍କୁ ଗୁଳି ମାରିଥିଲେ। ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହି ଘଟଣାକୁ ଖୁବ୍‌ ନିନ୍ଦା କରାଯାଇଥିଲା। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ମହିଳାମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିଥିଲେ। ମାତ୍ର ୧୬ ବର୍ଷ ବୟସରେ ସେ ସଂଯୁକ୍ତ ରାଷ୍ଟ୍ର ମୁଖ୍ୟ କାର୍ଯ୍ୟାଳୟରେ ଶିକ୍ଷା କ୍ଷେତ୍ରରେ ଲିଙ୍ଗଗତ ସମାନତା ଉପରେ ଭାଷଣ ଦେଇ ଚର୍ଚ୍ଚାକୁ ଆସିଥିଲେ। ୨୦୧୪ ମସିହାରେ ମାତ୍ର ୧୭ ବର୍ଷ ବୟସରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.