ମାଲେସିଆରୁ ଚାଲାଣ ହେଉଥିବା ବେଳେ ଚେନ୍ନାଇ ଏୟାରପୋର୍ଟରୁ ଜବତ ହେଲା ବିରଳ ସରୀସୃପ

ଚେନ୍ନାଇ: ଚେନ୍ନାଇ ଏୟାରପୋର୍ଟରୁ ବିଦେଶରୁ ଆସିଥିବା କିଛି ଅଜଗର ଓ କିଛି ବଡ ଝିଟିପିଟିକୁ ଜବତ କରାଯାଇଛି । ଚେନ୍ନାଇ ଏୟାରପୋର୍ଟର କଷ୍ଟମ ଅଫିସରମାନେ ହିଁ ଏଗୁଡ଼ିକୁ ଜବତ କରିଛନ୍ତି । ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ଜବତ ହୋଇଥିବା ସରୀସୃପ ଗୁଡିକ ମଧ୍ୟରେ ରହିଛି ଗୋଟେ ସବୁଜ ରଙ୍ଗର ବଡ ଅଜଗର, ଗୋଟେ ସ୍କ୍ରବ ଅଜଗର, ଦୁଇଟି କଳା ଝିଟିପିଟି,ପାଞ୍ଚୋଟି ସବୁଜ ଝିଟିପିଟି, ଦୁଇଟି ନୀଳ ଝିଟିପିଟି, ଗୋଟିଏ ଟ୍ରି ମନିଟର ଝିଟିପିଟି , ଓ ଚାରୋଟି ସୈଲଫିନ ପ୍ରଜାତିର ଝିଟିପିଟି ରହିଛନ୍ତି ।

reptiles seized

ଅଟକ ହୋଇଥିବା ଦୋଷୀ ମାନେ ହେଉଛନ୍ତି ମହମ୍ମଦ ପରଭେଜ(୩୬) ଓ ମହମ୍ମଦ ଆକବର( ୨୮) । ମିଳୁଥିବା ସୂଚନାରୁ ସନ୍ଦେହ କରାଯାଉଛିକି ଏହି ସରୀସୃପ ଗୁଡିକୁ ମାଲେସିଆର କୁଆଲା ଲୁମ୍ପୁରରୁ ହିଁ ଅଣାଯାଇଛି । ଏୟାରପୋର୍ଟର କଷ୍ଟମ ଅଧିକାରୀ ମାନେ ଏନେଇ ପୁରା ଏୟାରପୋର୍ଟରେ ଅଧିକ ସତର୍କତା ଜାରି କରିଛନ୍ତି । ଯାତ୍ରୀମାନେ ଯେପରି ଭୟାବିତ ନହୁଅନ୍ତି ସେଥିନେଇ ପୁରା ଧ୍ୟାନ ରଖାଯିବ ବୋଲି ଏୟାରପୋର୍ଟ ଅଧିକାରୀ ମାନେ କହିଛନ୍ତି । ଅତିଶୀଘ୍ର ଏଥିରେ ଜଡିତ ଥିବା ଅନ୍ୟ ଦୋଷୀ ମାନଙ୍କୁ ଧରାଯିବ ବୋଲି ଅଧିକାରୀଙ୍କ ତରଫରୁ କୁହାଯାଉଛି ।

ଏଥିସହ ପଢନ୍ତୁ:  ଜାଣନ୍ତୁ ମହାବଳୀପୁରମ୍‌ର ୧୭୦୦ ବର୍ଷ ପୂର୍ବର ରହସ୍ୟ

ଅଟକ ହୋଇଥିବା ବ୍ୟକ୍ତିମାନଙ୍କ ବୟାନକୁ କଷ୍ଟମ ଅଧିକାରୀ ମାନେ ରେକର୍ଡ କରିଛନ୍ତି । ସେମାନଙ୍କ ବୟାନ ଅନୁଯାୟୀ ମାଲେସିଆର କୁଆଲା ଲୁମ୍ପୁର ଏୟାରପୋର୍ଟରେ କେହି ଜଣେ ଦେଇଥିଲେ । ଏହାକୁ ଚେନ୍ନାଇ ଏୟାର ପୋର୍ଟରେ ସେମାନଙ୍କ ଠାରୁ କେହିଜଣେ ଜବତ କରିଥାନ୍ତେ ବୋଲି ପୂର୍ବ ପ୍ରସ୍ତୁତ ପ୍ଲାନିଂ କରାଯାଇଥିଲା । ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ଜବତ ହୋଇଥିବା ଏହି ସରୀସୃପ ଗୁଡିକୁ ବହୁଶୀଘ୍ର ମାଲେସିଆ ଦେଶକୁ ହସ୍ତାନ୍ତର କରାଯିବ ।ଏଥିନେଇ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.