କ’ଣ ମଲ୍ଲିକାର୍ଜୁନ ଖରଗେ ହେବେ ‘ଇଣ୍ଡିଆ’ ମେଣ୍ଟର ପିଏମ୍‌ ପ୍ରାର୍ଥୀ? ପ୍ରସ୍ତାବ ରଖିଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେଙ୍କୁ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

‘ଇଣ୍ଡିଆ’ ମେଣ୍ଟର ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀଙ୍କ ନାମକୁ ନେଇ ଚର୍ଚ୍ଚା କରିଥିଲେ। ସୂତ୍ରରୁ ଜଣାପଡ଼ିଛି, ଏହି ସମୟରେ ମମତା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେଙ୍କୁ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି)ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ।

ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖ୍ୟ ମମତା ବାନାର୍ଜୀଙ୍କ ପ୍ରସ୍ତାବ ଉପରେ ଖରଗେ କହିଛନ୍ତି ଯେ ‘ଆମେ ନିର୍ବାଚନ ଜିତିବା ଉପରେ ଧ୍ୟାନ ଦେବା ଉଚିତ୍। ସମସ୍ତେ ଏକାଠି ମିଶି କାମ କରିବେ ଏବଂ ଯେଉଁ ରାଜ୍ୟରେ ଆମର ଲୋକ ଅଛନ୍ତି, ସେମାନେ ସିଟ୍ ବଣ୍ଟନକୁ ନେଇ ପରସ୍ପର ସହ ବୁଝାମଣା କରିବେ। ଯଦି ବୁଝାମଣା ନ ହୁଏ, ତେବେ ମେଣ୍ଟର ଲୋକମାନେ ନିଷ୍ପତ୍ତି ନେବେ। ଯଦି ସାଂସଦ ନୁହଁନ୍ତି, ତେବେ ପିଏମ୍‌ଙ୍କ କଥାର କ’ଣ ଫାଇଦା? ତେଣୁ ଜିତିକି ଆସିବା ପାଇଁ ଆମକୁ ଚେଷ୍ଟା କରିବାକୁ ପଡ଼ିବ’।

କହି ରଖୁଛୁ, ଆମ୍‌ ଆଦ୍‌ମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସମେତ ୧୨ଟି ଦଳ ମମତା ବାନାର୍ଜୀଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଯଦିଓ ଖରଗେଙ୍କ ନାମ ଉପରେ ବର୍ତ୍ତମାନ ଅନ୍ତିମ ସହମତି ହୋଇନାହିଁ।

You might also like