ଦେଶ ବିଦେଶ

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହେଲେନାହିଁ ମଲ୍ଲିକାର୍ଜୁନ ଖଡ଼ଗେ, ଭାଇରାଲ ହେଉଛି ଖାଲି ପଡ଼ିଥିବା ଚୌକି

ଦିଲ୍ଲୀ ଲାଲ୍‌କିଲ୍ଲା ପରିସରରେ ଆଜି ଦେଶର ୭୭ତମ ସ୍ୱାଧୀନତା ଦିବସ ସମାରୋହ ପାଳିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସମାରୋହରେ ବହୁ ବଡ଼ ବଡ଼ ନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। କିନ୍ତୁ ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଯୋଗଦେଇ ପାରି ନ ଥିଲେ।

ଲାଲ୍‌କିଲ୍ଲାରେ ଆୟୋଜିତ ସମାରୋହରେ ଖଡ଼ଗେଙ୍କ ଚୌକି ଖାଲି ପଡ଼ିଥିଲା। ସୋସିଆଲ ମିଡିଆରେ ଏହି ଖାଲି ଚୌକିର ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ପରେ କଂଗ୍ରେସ ତରଫରୁ ବୟାନ ଜାରି କରି ଏହାର କାରଣ କୁହାଯାଇଥିଲା।

କଂଗ୍ରେସ ତରଫରୁ କୁହାଯାଇଥିଲା ଯେ ‘ଖଡ଼ଗେଙ୍କୁ ନିଜ ଘର ଏବଂ ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବାର ଥିଲା। ଏଥିପାଇଁ ସେ ଲାଲ୍‌କିଲ୍ଲା ସମାରୋହରେ ସାମିଲ ହୋଇପାରି ନ ଥିଲେ। ଯଦି ସେ ସମାରୋହକୁ ଯାଇଥାଆନ୍ତେ, ତେବେ ଘର ଏବଂ ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବା ପାଇଁ ଠିକ୍‌ ସମୟରେ ପହଞ୍ଚିପାରି ନ ଥାଆନ୍ତେ।

ସୁରକ୍ଷାଜନିତ କାରଣରୁ ଖଡ଼ଗେ ଲାଲ୍‌କିଲ୍ଲାରୁ ଜଲ୍‌ଦି ବାହାରି ମଧ୍ୟ ପାରି ନ ଥାଆନ୍ତେ। ତାଙ୍କୁ ଅତି କମ୍‌ରେ ଦୁଇ ଘଣ୍ଟା ସେଠାରେ ରହିବାକୁ ପଡ଼ିଥାଆନ୍ତା। ଦଳ ତରଫରୁ କୁହାଯାଇଥିଲା, ମଲ୍ଲିକାର୍ଜୁନ ଖଡ଼ଗେ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଉପସ୍ଥିତ ରହିବେ।

Roshni

Recent Posts

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

17 mins ago

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ନାବାଳକ ଅଭିଯୁକ୍ତର ମା’ ଗିରଫ, ରକ୍ତ ନମୁନା ବଦଳାଇଥିବା ଅଭିଯୋଗ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…

26 mins ago

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

50 mins ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

57 mins ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

1 hour ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

2 hours ago