ଦେଶ ବିଦେଶ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ହୋଇପାରନ୍ତି ବିରୋଧୀ ମେଣ୍ଟ ‘INDIA’ର ସଂଯୋଜକ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ହୋଇପାରନ୍ତି ବିରୋଧୀ ମେଣ୍ଟ ‘INDIA’ର ସଂଯୋଜକ। ମେଣ୍ଟ ସୂତ୍ରରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ମୁମ୍ବାଇରେ ହେବାକୁ ଥିବା ବୈଠକରେ INDIA ମେଣ୍ଟର ସଂଯୋଜକ ରୂପେ ମଲ୍ଲିକାର୍ଜୁନ ଖଡଗେଙ୍କ ନାଁ ଘୋଷଣା ହୋଇପାରେ।

ମେଣ୍ଟରେ ସାମିଲ ଥିବା ଦଳଗୁଡ଼ିକ ଆଗାମୀ ଲୋକସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତି ଉପରେ ଜୋର୍‌ ଦେଉଛନ୍ତି। ସୂତ୍ର ଅନୁସାରେ, ଖଡ୍‌ଗେ ଜଣେ ଦଳିତ ଚେହେରା ସହିତ ବରିଷ୍ଠ ନେତା ହୋଇଥିବାରୁ ସେ ଏହାର ନେତୃତ୍ୱ ନେଇପାରିବେ। ଏହାସହ ତାଙ୍କର ଦୀର୍ଘ ରାଜନୈତିକ ଅନୁଭବ ରହିଛି।

ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ସଂଯୋଜକ କରାଯିବାକୁ ନେଇ ଅଟକଳ ରହିଛି। ହେଲେ ନୀତୀଶ କୁମାର ଅନେକ ଥର ମନା କରି ସାରିଛନ୍ତି ଯେ ସେ କିଛି ବି ଚାହାଁନ୍ତି ନାହିଁ। ସେ ସୋମବାର କହିଥିଲେ କି, ମୋର କିଛି ଦରକାର ନାହିଁ। ମୁଁ କେବଳ ଲୋକମାନଙ୍କୁ ଏକତ୍ର କରିବାକୁ ଚାହୁଁଛି।

ମଙ୍ଗଳବାର ନୀତୀଶ କୁମାର କହିଛନ୍ତି, ‘ଆମେ ମୁମ୍ବାଇ ଯାଉଛୁ। ଦେଶର ସର୍ବାଧିକ ବିରୋଧୀ ଦଳକୁ ଏକତ୍ର କରିବାର ଦାୟିତ୍ୱ ମୋର। ବ୍ୟକ୍ତିଗତ ଭାବେ ମୁଁ କୌଣସି ପଦବୀ ପାଇଁ ଆଗ୍ରହୀ ନାହିଁ। ମୁଁ କାଲି ମଧ୍ୟ ଏହା କହିଥିଲି ଏବଂ ଆଜି ବି ଏହା ଦୋହରାଉଛି।

କହି ରଖୁଛୁ, ମୁମ୍ବାଇରେ ହେବାକୁ ଥିବା ବିରୋଧ ମେଣ୍ଟ ‘ଇଣ୍ଡିଆ’ର ବୈଠକରେ ୧୧ ସଦସ୍ୟ ବିଶିଷ୍ଟ ସମନ୍ଵୟ ସମିତି ଘୋଷଣା ହୋଇପାରେ। କିଛି ଦିନ ତଳେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ ସୂଚନା ଦେଇଥିଲେ ଯେ ଏହି ବୈଠକ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ଦୁଇଦିନ ଧରି ଚାଲିବ।

Roshni

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

13 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

19 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

33 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago