ମୁଣ୍ଡ ନୁଆଁଇଲେ ମମତା, ଶେଷରେ ହଟିଲା ‘ଜଗନ୍ନାଥ ଧାମ’ ଲେଖା

ପଶ୍ଚିମବଙ୍ଗ ଦୀଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ଦୀର୍ଘଦିନରୁ ଅନେକ ବିବାଦ ଲାଗିରହିଛି । ଦୀର୍ଘ ଦିନରୁ ଏହାକୁ ନେଇ ଦୃଢ ବିବାଦ ଲାଗିରହିଥିଲା । ବିବାଦ ପରେ ମୁଣ୍ଡ ନୁଆଁଇଛନ୍ତି ମମତା ବାନାର୍ଜୀ । ଦୀଘାରେ ନିର୍ମିତ ହୋଇଥିବା ଜଗନ୍ନାଥ ମନ୍ଦିରର ନାମଫଳକରୁ ଧାମ ଲେଖା ନାମକୁ ବାଦ୍ ଦିଆଯାଇଛି । ହେଲେ ଏପର୍ଯ୍ୟନ୍ତ ୱେବସାଇଟରେ ଜଗନ୍ନାଥ ଧାମ ଲେଖାରହିଛି ।
ଯେଉଁ ‘ଜଗନ୍ନାଥ ଧାମ’ ନାମ ଲେଖାକୁ ନେଇ କିଛି ଦିନ ହେବ ବିରୋଧ ହେଉଥିଲା । ସାଧାରଣ ଜଗନ୍ନାଥ ପ୍ରେମୀଙ୍କଠୁ ଆରମ୍ଭ କରି ରାଜନୈତିକ ସ୍ତରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ପ୍ରବଳ ବିରୋଧ ପରେ ନଇଁଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
‘ଜଗନ୍ନାଥ ଧାମ’ ନାମ ହଟାଯାଇଥିବା ନେଇ ପଶ୍ଚିମବଙ୍ଗ ମିଡିଆ ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟ ଭିଡିଓ ସେୟାର କରିଛନ୍ତି । ଦୀଘା ମନ୍ଦିର ସାମ୍ନାର ପୂର୍ବ ପର ଫଟୋ ପକାଇ ସେ ‘ଜଗନ୍ନାଥ ଧାମ’ ନାମ ହଟିଥିବା ଦେଖାଇଛନ୍ତି ।
After strong protests from devotees of Prabhu Jagannath, the West Bengal government was forced to quietly remove the misleading ‘Dham’ signage in Digha. This is a significant victory for Hindu unity and a setback to Mamata Banerjee’s divisive agenda. When Hindus stand united, no… pic.twitter.com/T77OCyNZiz
— Amit Malviya (@amitmalviya) May 5, 2025
ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ଜଗନ୍ନାଥ ଧାମ ଲେଖିବାକୁ ନେଇ ବିବାଦ ତେଜିଛି । ପଶ୍ଚିମବଙ୍ଗ ଦୀଘାରେ ନବ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଅଧିକ ଜଟିଳ ହେଉଛି । ଶ୍ରୀକ୍ଷେତ୍ର ବିରୋଧରେ ଏହା ବଡ଼ ଷଡ଼ଯନ୍ତ୍ର ବୋଲି କୁହାଯାଉଛି । ପଶ୍ଚିମବଙ୍ଗର ଟିଏମ୍ସି ସରକାର ଏହାକୁ ପ୍ରୋତ୍ସାହିତ କରୁଛି ବୋଲି ଅଭିଯୋଗ ହୋଇଛି ।
Also Read : ସବୁ ଜଗନ୍ନାଥ ମନ୍ଦିର ପାଇଁ ତିଆରି ହେବ ମାର୍ଗଦର୍ଶିକା : ଆଇନ ମନ୍ତ୍ରୀ