ଆକାଉଣ୍ଟକୁ ଆସିଲା ଦରମାର ୨୮୬ ଗୁଣ ରାଶି, ଟଙ୍କା ଧରି ଚମ୍ପଟ ମାରିଲେ ବ୍ୟକ୍ତି

ବେଳେ ବେଳେ ଜୀବନରେ ଏମିତି କିଛି ଘଟେ ଯାହା ବାବଦରେ ହୁଏତ ଆମେ କେବେ ବି ଆଶା କରିନଥିବୁ । ଚି଼ଲ୍ଲୀର ଜଣେ ବ୍ୟକ୍ତିଙ୍କ ସହିତ ବି ଏମିତି କିଛି ଘଟିଛି । ଯାହା ଶୁଣିବାକୁ ଯେତେ ଅଜବ ଲାଗୁଛି ପ୍ରକୃତ ଘଟଣାଟି ବି ସେତିକି ଅଜବ । ପ୍ରକୃତରେ ବ୍ୟକ୍ତି ଜଣଙ୍କ ନିଜ ଅଫିସରୁ ସମୟାନୁସାରେ ଦରମା ପାଇଥିଲେ । କିନ୍ତୁ ତାଙ୍କ ଆକାଉଣ୍ଟକୁ ଯେଉଁ ଟଙ୍କା ଆସିଥିଲା ତାହା ତାଙ୍କ ପ୍ରକୃତ ଦରମାର ପ୍ରାୟ ଶହେ ଗୁଣରୁ ଅଧିକ ହେବ ବୋଲି ଜଣାଯାଇଛି । କିନ୍ତୁ ଅଫିସ ନିଜ ଭୁଲକୁ ବୁଝି ସୁଧାରିବାକୁ ଉଦ୍ୟତ ହୁଅନ୍ତେ ଧୃତ ବ୍ୟକ୍ତି ଜଣଙ୍କ ଟଙ୍କା ସବୁକୁ ନେଇ ସ୍ଥାନରୁ ଅନ୍ୟତ୍ର ଚମ୍ପଟ ମାରିଛନ୍ତି । ଚି଼ଲ୍ଲୀରେ ବ୍ୟକ୍ତି ଜଣଙ୍କର ବ୍ୟାଙ୍କ ଆକାଉଣ୍ଟରେ ତାଙ୍କ ଦରମାର ପ୍ରାୟ ୨୮୬ ଗୁଣ ଅର୍ଥ ଆସିଥିବା ନେଇ ଜଣାଯାଇଛି । କିନ୍ତୁ ତାଙ୍କ ଉପରିସ୍ଥ ଅଧିକାରୀ ପ୍ରକୃତ ଘଟଣା ବାବଦରେ ଜାଣି ତାଙ୍କ ଠାରୁ ଟଙ୍କା ହଡପ କରିବାକୁ ଚେଷ୍ଟା କରନ୍ତେ ସେ ତୁରନ୍ତ ସ୍ଥାନ ଛାଡ଼ି ପଳାୟନ କରିଥିଲେ । କମ୍ପାନୀର ହ୍ୟୁମାନ ରିସୋର୍ସ ଡିପାର୍ଟମେଣ୍ଟ ବି ଚକିତ ହୋଇଯାଇଛନ୍ତିଯେ ପଳାୟନ କରିଥିବା ଅଧିକାରୀଙ୍କ ବାବଦରେ କୌଣସି ସୂଚନା ମିଳିପାରିନାହିଁ ।

ସୂଚନା ଦେଇ ରଖୁଛୁକି ଏହି ବ୍ୟକ୍ତି ଜଣଙ୍କ ଏକ ଖାଦ୍ୟ ଉତ୍ପାଦନ କମ୍ପାନୀରେ କାମ କରିଆସୁଥିଲେ । ତାଙ୍କ ମାସିକ ଦରମା ଭାରତୀୟ ମୁଦ୍ରା ଅନୁସାରେ ପାଖାପାଖି ୪୩ ହଜାର ଟଙ୍କା ହେବ । କିନ୍ତୁ ଭୁଲ ବଶତଃ ତାଙ୍କ ଆକାଉଣ୍ଟକୁ ପାଖାପାଖି ଦେଢ଼ କୋଟି ଟଙ୍କା ଆସିଥିଲା । ଯାହାକି ତାଙ୍କ ପ୍ରକୃତ ଦରମାର ୨୮୬ ଗୁଣ ହେବ । ସୂଚନାରୁ ଯାହା ଜଣାଯାଇଛି ଏହି ଘଟଣା ମେ ୩୦ ତାରିଖରେ ଘଟିଥିବା ନେଇ ଜଣାଯାଇଛି । ବ୍ୟକ୍ତି ଜଣଙ୍କ କମ୍ପାନୀରେ ଜଣେ ଡେପୁଟି ମେନେଜର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ଆକାଉଣ୍ଟକୁ ବାରମ୍ବାର ତନାଘନା କରାଯିବା ପରେ ଘଟଣା ବାବଦରେ ଜଣାପଡିଥିଲା । କିନ୍ତୁ କମ୍ପାନୀ ଯେବେ ତାଙ୍କ ସହିତ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲା ସେବେ ଜଣା ପଡିଥିଲାଯେ ବ୍ୟକ୍ତି ଜଣଙ୍କ କେଉଁ ଆଡେ ଗାଏବ ହୋଇଯାଇଛନ୍ତି । କିନ୍ତୁ ଏବେ କମ୍ପାନୀ ନିକଟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ବ୍ୟତୀତ ଆଉ କୌଣସି ଉପାୟ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.