ପ୍ରକୃତି ଆମକୁ ଏମିତି ଜିନିଷ ଦେଇଥାଏ, ଯାହା ମଣିଷର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ଦୁନିଆରେ ଏମିତି ବି କିଛି ଜିନିଷ ରହିଛି, ଯାହାର ଖରାପ ପ୍ରଭାବ ମଣିଷ ଶରୀର ଉପରେ ପଡ଼େ । ମଣିଷ ନିଜର ବୁଦ୍ଧି ବିବେକ ସବୁ ହରାଇ ବସେ । ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏଠାରେ ଅଷ୍ଟ୍ରିଆର ଜଣେ ବ୍ୟକ୍ତି ସାଇକେଡେଲିକ୍ ଛତୁ ଖାଇ ନିଜ ଶରୀରକୁ ଆଘାତ କରିଛନ୍ତି ।
ସାଇକେଡେଲିକ୍ ମସରୁମ୍କୁ ଲୋକେ ‘ମ୍ୟାଜିକ୍ ମସରୁମ୍’ ମଧ୍ୟ କୁହନ୍ତି । ଏହି ଛତୁକୁ ଖାଇବା ପରେ ମଣିଷ ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ଅଷ୍ଟ୍ରିଆର ଏହି ବ୍ୟକ୍ତିଙ୍କ ସହିତ ଏମିତି କିଛି ଘଟଣା ଘଟିଛି, ଯାହା ଆପଣ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିବେ ।
ବ୍ୟକ୍ତି ଜଣକ ଭୁଲ୍ରେ ସାଇକେଡେଲିକ୍ ମସରୁମ୍ ଖାଇ ଦେଇଥିଲେ, ଯାହା ପରେ ଏହାର ପ୍ରତିକୂଳ ପ୍ରଭାବ ତାଙ୍କ ଶରୀରରେ ଦେଖିବାକୁ ମିଳିଥିଲା । ପରିସ୍ଥିତି ଏତେ ବିଗିଡ଼ି ଯାଇଥିଲା ଯେ ବ୍ୟକ୍ତି କୁରାଢୀରେ ନିଜ ପ୍ରାଇଭେଟ୍ ପାର୍ଟକୁ କାଟି ଦେଇଥିଲେ । ତେବେ ଆଶ୍ୱସ୍ତିକର କଥା ଯେ ଡାକ୍ତର କୌଣସି ବି ପ୍ରକାରେ ଅଙ୍ଗକୁ ସର୍ଜରୀ ଜରିଆରେ ଯୋଡ଼ି ତାଙ୍କ ଜୀବନ ବଞ୍ଚାଇଥିଲେ ।
ଏହି ବ୍ୟକ୍ତି ଘରେ ଏକୁଟିଆ ଥିଲେ । ଏହି ସମୟରେ ସେ ନିଜ ଘର ପାଖରେ ଉଠିଥିବା ଛତୁ ଆଣି ଖାଇଥିଲେ । ହେଲେ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଥିଲା । ସେ ନିଜର ବୁଝିବା ଶକ୍ତି ହରାଇ ବସିଥିଲେ । ଏତିକି ବେଳେ ସେ ଏକ କୁରାଢ଼ୀ ପାଇଥିଲେ ଏବଂ ନିଜ ପ୍ରାଇଭେଟ୍ ପାର୍ଟକୁ କାଟି ଦେଇଥିଲେ । ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ କିଛି ପଥଚାରୀ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କର ସର୍ଜରୀ କରାଇ ଜୀବନ ରକ୍ଷା କରିଥିଲେ ।