ଦେଶ ବିଦେଶ

ବେଙ୍ଗାଲୁରୁ: ଲିଭ୍‌-ଇନ୍‌ ପାର୍ଟନରଙ୍କୁ ପ୍ରେସର୍‌ କୁକର୍‌ରେ ପିଟି ପିଟି ହତ୍ୟା, ୨୪ ବର୍ଷୀୟ ଅଭିଯୁକ୍ତ ଗିରଫ

ନିଜ ଲିଭ୍‌-ଇନ୍‌ ପାର୍ଟନରଙ୍କୁ ପ୍ରେସର୍‌ କୁକର୍‌ରେ ପିଟି ହତ୍ୟା। ପାର୍ଟନର ଧୋକା ଦେଉଥିବା ସନ୍ଦେହ କରି ବେଙ୍ଗାଲୁରୁର ଜଣେ ଯୁବକ ଏଭଳି ହତ୍ୟାକାଣ୍ଡ ଘଟାଇଛନ୍ତି। ପୋଲିସ ଏହି ଘଟଣାରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ବେଙ୍ଗାଲୁରୁ ପୋଲିସର କହିବା ହେଲା, ଗିରଫ ଅଭିଯୁକ୍ତ ହେଲେ ୨୪ ବର୍ଷୀୟ ବୈଷ୍ଣବ। ସେ ନିଜ ଲିଭ୍‌-ଇନ୍‌ ପାର୍ଟନର ଦେବୀ (୨୪ ବର୍ଷ)ଙ୍କ ମୁଣ୍ଡକୁ ପ୍ରେସର୍‌ କୁକର୍‌ରେ ପିଟି ହତ୍ୟା କରିଛନ୍ତି।

ଘଟଣା ଘଟିଛି ମାଇକୋ ଲେଆଉଟ୍‌ ଥାନା ଅଞ୍ଚଳରେ। ଉଭୟ ଯୁବକ ଏବଂ ଯୁବତୀ କେରଳର ବାସିନ୍ଦା। ଦୁହେଁ ଏକ ସାଥୀରେ ମିଶି ପାଠ ପଢ଼ୁଥିଲେ ଏବଂ ଗତ ୩ ବର୍ଷ ହେବ ଏକାଠି ଗୋଟିଏ ଘରେ ରହୁଥିଲେ। ପଡ଼ୋଶୀମାନେ ପୋଲିସକୁ ଜଣାଇଛନ୍ତି ଯେ ସେମାନଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡ଼ା ଲାଗୁଥିଲା। କିନ୍ତୁ ପୋଲିସ କହିଛି ଯେ ସେମାନଙ୍କ ଭିତରୁ କେହି ବି ପରସ୍ପର ବିରୋଧରେ ଥାନାରେ କେବେ ଅଭିଯୋଗ କରିନାହାନ୍ତି।

ତେବେ ଘଟଣା ପରେ ଅଭିଯୁକ୍ତ ଖସି ପଳାଇ ଯାଉଥିବା ବେଳେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ଏ ନେଇ ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି। ଗିରଫ ପରେ ବୈଷ୍ଣବଙ୍କୁ ପଚରାଉଚରା ଜାରି ରହିଥିବା ପୋଲିସ କହିଛି। ଦୁହେଁ କଲେଜ ସମୟରୁ ହିଁ ପରସ୍ପରକୁ ଜାଣିଥିଲେ ଏବଂ ବେଙ୍ଗାଲୁରୁର ଏକ ମାର୍କେଟିଂ କମ୍ପାନୀରେ ମିଶି କାମ କରୁଥିଲେ।

ଶନିବାର କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ଲାଗିଥିଲା। ଏହି ସମୟରେ ବୈଷ୍ଣବ ଏକ ପ୍ରେସର୍‌ କୁକର୍‌ରେ ଦେବୀଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

Roshni

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

3 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

16 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

17 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago