ଦେଶ ବିଦେଶ

ଇଣ୍ଡିଗୋ ବିମାନରେ ମହିଳା କର୍ମଚାରୀଙ୍କ ସହିତ ଅସଦାଚରଣ, ଅମୃତସରରୁ ଗିରଫ ହେଲେ ବ୍ୟକ୍ତି

ଇଣ୍ଡିଗୋ ବିମାନରେ ମହିଳା କର୍ମଚାରୀଙ୍କ ସହିତ ଅସଦାଚରଣ କରିଥିବା ଅଭିଯୋଗରେ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି । ଅସଦାଚରଣ କରିଥିବା ଯାତ୍ରୀଙ୍କୁ ଅମୃତସରରୁ ଗିରଫ କରାଯାଇଛି । ଅଭିଯୁକ୍ତ ରାଜିନ୍ଦର୍ ସିଂହ ବିମାନ ନଂ ‘୬ ଇ ୧୪୨୮’ରେ ଦୁବାଇରୁ ଅମୃତସର ଆସୁଥିଲେ। ରବିବାର ରାତି ପ୍ରାୟ ୮ଟା ବେଳେ ବିମାନ ଅମୃତସର ବିମାନ ବନ୍ଦରରେ ଅବତରଣ କରିବା ମାତ୍ରେ ତାଙ୍କୁ ଗିରଫ କରାଯାଇଥିଲା।

ଗିରଫ ହୋଇଥିବା ବ୍ୟକ୍ତି ରାଜିନ୍ଦର୍ ହେଉଛନ୍ତି ପଞ୍ଜାବର ଜଳନ୍ଧର ଅନ୍ତର୍ଗତ କୋତଲି ଗାଁର ବାସିନ୍ଦା। ବିମାନରେ ନିଶାସନ୍ତ ଅବସ୍ଥାରେ ମହିଳା କ୍ରୁ ମେମ୍ବରଙ୍କ ସହିତ ଅସଦାଚରଣ କରିଥିଲେ । ନିଶାସକ୍ତ ଅବସ୍ଥାରେ ସେ ଜଣେ ମହିଳା ବିମାନ କର୍ମଚାରୀଙ୍କ ସହିତ ପାଟିତୁଣ୍ଡ କରିବା ପରେ ଅସଦାଚରଣ କରିଥିଲେ । ବିମାନରେ ଥିବା ଅନ୍ୟ କର୍ମଚାରୀ ପରିସ୍ଥିତିକୁ ସମ୍ଭାଳିଥିଲେ । ଆଉ ପୋଲିସକୁ ଏହି ମାମଲାରେ ସୂଚନା ଦେଇଥିଲେ ।

ଅନ୍ୟ କର୍ମଚାରୀ ବ୍ୟକ୍ତିଙ୍କୁ ସତର୍କ କରାଇଲେ ମଧ୍ୟ ରାଜିନ୍ଦର ସେମାନଙ୍କ କଥା ମାନି ନ ଥିଲେ। ତେଣୁ, ଜଳନ୍ଧର ବିମାନ ବନ୍ଦରରେ ଉକ୍ତ ବିମାନ ଅବତରଣ କରିବା ପରେ ସିକ୍ୟୁରିଟି ମ୍ୟାନେଜର୍ ଘଟଣା ସଂକ୍ରାନ୍ତରେ ପୋଲିସକୁ ଅବଗତ କରାଇଥିଲେ। ତା’ ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ଗତକିଛି ଦିନ ହେଲାଣି ବିମାନରେ ର୍ଦୁବ୍ୟବହାର ଘଟଣା ବଢିବାରେ ଲାଗିଛି । ଗତ ମାସରେ ନ୍ୟୁୟର୍କ ଦିଲ୍ଲୀ ଆମେରିକା ଏୟାରଲାଇନ୍ସ ବିମାନରେ ଏମିତି ଘଟଣା ଦେଖିବାକୁ ମିଳିଥିଲା। ତା’ ପୂର୍ବରୁ ଅନ୍ୟ ଏକ ବିମାନରେ ମଦ ନିଶାରେ ଜଣେ ମହିଳାଙ୍କ ପରିସ୍ରା କରିଥିଲେ ଯୁବକ । ଏହି ଘଟଣାରେ ଯୁବକଙ୍କୁ ଗିରଫ କରାଯାଇଥିଲା ।

Swagatika

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

6 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

22 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

35 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

44 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

48 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago