ଇଣ୍ଡିଗୋ ବିମାନର ଶୌଚାଳୟରେ ସିଗାରେଟ୍‌ ଟାଣୁଥିଲେ ଯୁବକ, ବେଙ୍ଗାଲୁରୁ ଏୟାରପୋର୍ଟରେ ହେଲେ ଗିରଫ

ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର ପୋଲିସ ଶୁକ୍ରବାର କୋଲକାତାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନର ଜଣେ ଯାତ୍ରୀଙ୍କୁ ଗିରଫ କରିଛି। ଯାତ୍ରୀ ଜଣକ ବିମାନର ଶୌଚାଳୟରେ ଧୂମପାନ କରିବା ନେଇ ଅଭିଯୋଗ ହୋଇଥିଲା। ଯାତ୍ରୀଙ୍କ ବୟସ ୨୦ ବର୍ଷ।

ବେଙ୍ଗାଲୁରୁ: କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର ପୋଲିସ ଶୁକ୍ରବାର କୋଲକାତାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନର ଜଣେ ଯାତ୍ରୀଙ୍କୁ ଗିରଫ କରିଛି। ଯାତ୍ରୀ ଜଣକ ବିମାନର ଶୌଚାଳୟରେ ଧୂମପାନ କରିବା ନେଇ ଅଭିଯୋଗ ହୋଇଥିଲା। ଯାତ୍ରୀଙ୍କ ବୟସ ୨୦ ବର୍ଷ। ଇଣ୍ଡିଗୋ ଉଡ଼ାଣର ଗୋଟିଏ ହିଁ ରୁଟ୍‌ରେ ଏହା ହେଉଛି ଦ୍ୱିତୀୟ ଘଟଣା। ସୂଚନା ଅନୁସାରେ, ଏହି ଘଟଣା ମାର୍ଚ୍ଚ ୧୭ ଅପରାହ୍ନ ୧ଟା ୪୫ରେ ବିମାନ ସଂଖ୍ୟା 6E, 716ରେ ଘଟିଥିଲା।

ପୋଲିସ ମୁତାବକ, ଅଭିଯୁକ୍ତ ଆସାମର ବାସିନ୍ଦା, ଯାହାଙ୍କ ନାମ ସେହରୀ ଚୌଧୁରୀ। ସେହରୀ ବିମାନର ବାଥ୍‌ରୁମରେ ସିଗାରେଟ୍ ଟାଣୁଥିଲେ। ଯେତେବେଳେ ଯାତ୍ରୀମାନେ ସିଗାରେଟ ଧୂଆଁ ବାହାରୁଥିବାର ଦେଖିଲେ ଏବଂ ଗନ୍ଧ ବାରିଥିଲେ, ତ କ୍ୟାବିନ କର୍ମଚାରୀଙ୍କୁ ତୁରନ୍ତ ଏ ନେଇ ଜଣାଇଥିଲେ।

ବିମାନ ଅବତରଣ କରିବା ପରେ ବିମାନ କ୍ୟାପଟେନ ବିମାନବନ୍ଦର ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସେହରୀଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କ ନାଁରେ ବେସାମରିକ ବିମାନ ଚଳାଚଳ ଅଧିନିୟମ ୧୯୮୨ର ଆଇପିସି ଧାରା ୩୩୬ ଏବଂ ୩ (୧) (ସି) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।

ପୋଲିସ କହିଛି ଯେ ଅଭିଯୁକ୍ତଙ୍କୁ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇ ଜେଲ ପଠାଯାଇଛି। ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି କି, ଅଭିଯୁକ୍ତ ପୂର୍ବରୁ ବେଙ୍ଗାଲୁରୁର ଏକ ମଲରେ ସେଲ୍ସମ୍ୟାନ ରୂପେ କାମ କରୁଥିଲେ। ସେ ଚାକିରି ଛାଡି ନିଜ ଗାଁକୁ ଚାଲିଯାଇଥିଲେ। କିନ୍ତୁ ପରେ ଚାକିରି ଖୋଜିବା ପାଇଁ ସେ ପୁଣି ବେଙ୍ଗାଲୁରୁ ଫେରିଥିଲେ।