ଉଡ଼ନ୍ତା ବିମାନରେ ବ୍ୟକ୍ତି କହିଲେ ସେ କରୋନା ଆକ୍ରାନ୍ତ, ଜାଣିବା ପରେ ପାଇଲଟ୍‌ କଲେ ଏମିତି କାମ ଯାହା କେହି କେବେ ଭାବି ବି ନଥିବେ

କରୋନା ଭାଇରସ୍‌ ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ୍‌ରେ ୬୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ଏହି ମହାମାରୀ ରୋଗର ଭୟ ଏବେ ସାରା ବିଶ୍ୱରେ ଦେଖାଦେଇଛି। ଇତି ମଧ୍ୟରେ କରୋନାକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। କାନାଡ଼ାରେ ଜଣେ ଯୁବକ ବିମାନ ଯାତ୍ରା କରିବା ବେଳେ ସେ କରୋନା ଆକ୍ରାନ୍ତ ବୋଲି କହିବା ପରେ ପାଇଲଟ ବିମାନକୁ ପୁଣିଥରେ ଫେରେଇ ଆଣିଥିବା ଜଣାଯାଇଛି।

Image result for the-man-said-in-the-flying-plane---i-have-a-karona-virus

ମାରାତ୍ମକ କରୋନା ଭାଇରସ୍‌ ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଚୀନରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୬୦୦ କୁହାଯାଉଥିବା ବେଳେ ଚୀନ୍‌ର ଟେନ୍‌ସେଣ୍ଟ ୱେବସାଇଟ୍‌ ଅନୁସାରେ ଏହି ସଂଖ୍ୟା ୨୪,୪୮୪ରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨୮,୨୭୮ ଥିବା ଜଣାଯାଇଛି।

Image result for the-man-said-in-the-flying-plane---i-have-a-karona-virus

ରିପୋର୍ଟ ମୁତାବକ କାନାଡ଼ାର ୱେଷ୍ଟ ଜେଟ୍‌ ସର୍ଭିସ ଟରୋଣ୍ଟାରୁ ବିମାନଟି ଜାମାଇକାର ମୋନ୍‌ଟେଗୋ ବେ ଯାଉଥିଲା। ଏହି ସମୟରେ ଜଣେ ୨୯ ବର୍ଷୀୟ ବ୍ୟକ୍ତି କହିଥିଲେ ଯେ ସେ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ। ବିମାନରେ ବସିଥିବା ଅନ୍ୟ ଯାତ୍ରୀମାନେ କହିଛନ୍ତି ଯେ ବ୍ୟକ୍ତି ଜଣକ ବାରମ୍ବାର ସେଲ୍‌ଫି ନେବା ସହ ସେ କରୋନାରେ ଆକ୍ରାନ୍ତ ଅଛନ୍ତି ବୋଲି କହିବାକୁ ଲାଗିଥିଲେ।

The man said in the flying plane - I have a karona virus, then the pilot turned back on the plane - Weird Stories in Hindi

ଏନେଇ ପାଇଲଟ ଜାଣିବା ପରେ ସେ ତୁରନ୍ତ ପ୍ଲେନ୍‌କୁ ବୁଲାଇ ପୁଣିଥରେ ଟରଣ୍ଟୋ ଫେରିଯାଇଥିଲେ। କ୍ୟାବିନ୍‌ କ୍ରୁ ଉକ୍ତ ବ୍ୟକ୍ତିଙ୍କୁ ମାସ୍କ ଦେଇଥିଲେ। ଏଥିସହ ଅନ୍ୟ ଯାତ୍ରୀଙ୍କୁ ଶାନ୍ତି ବଜାୟ ରଖିବାକୁ କହିଥିଲେ। ବିମାନ ବନ୍ଦରରେ ପହଞ୍ଚିବା ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ ଯେ ବିମାନରେ ମୋଟ ୨୪୩ ଜଣ ଯାତ୍ରୀ ଯାତ୍ରା କରୁଥିଲେ। କାନାଡ଼ା ଏୟାର ଲାଇନ୍‌ସ ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛି।