ସଂସଦ ବାହାରେ ନିଜ ଦେହରେ ନିଆଁ ଲଗାଇଦେଲେ ବୟସ୍କ ବ୍ୟକ୍ତି, ଅବସ୍ଥା ଗୁରୁତର

ନେପାଳ ସଂସଦ ବାହାରେ ଆତ୍ମାହୂତି ଉଦ୍ୟମ । ନେପାଳ ସଂସଦ ବାହାରେ ଜଣେ ବ୍ୟକ୍ତି ନିଜକୁ ନିଆଁ ଲଗାଇଦେଇଥିଲେ । ନବନିର୍ବାଚିତ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ସଂସଦରୁ ଯାଉଥିବା ସମୟରେ ବ୍ୟକ୍ତି ଜଣକ ନିଜ ଉପରେ ଡିଜେଲ ଢାଳି ନିଆଁ ଲଗାଇ ଦେଇଥିଲେ । ଆତ୍ମହୂତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡିଛି ।

ଏଏନଆଇ ମୁତାବକ, ଆତ୍ମାହୂତିଉଦ୍ୟମ କରିଥିବା ବ୍ୟକ୍ତିଙ୍କ ନାମ ପ୍ରେମ ପ୍ରସାଦ ଆଚାର୍ଯ୍ୟ । ପ୍ରେମ ପ୍ରସାଦ ଆଚାର୍ଯ୍ୟଙ୍କ ଶରୀର ୮୦ ପ୍ରତିଶତ ଜଳିଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି । ନିଆଁରେ ବ୍ୟକ୍ତି ଜଣକ ପୋଡି ଯାଇଛନ୍ତି। ଏବେ କୀର୍ତ୍ତିପୁରର ଏକ ହସପିଟାଲରେ ଚିକିତ୍ସାଧିନ ରହିଛନ୍ତି ।

ତେବେ ଆତ୍ମାହୂତି କରିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଜଣେ ବ୍ୟକ୍ତି ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍‌ କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି, ବ୍ୟକ୍ତି ଜଣକ ନିଜକ ୁନିଆଁ ଲଗାଇବା ସମୟରେ ପାଖରେ ଥିବା ଲୋକ ନିଆଁ ଲିଭାଇବା ପାଇଁ ଚେଷ୍ଟା କରୁଥିଲେ । କୁହାଯାଉଛି, ନେପାଳ ପ୍ରଧାନମନ୍ତ୍ରୀ ଦହଲ ସଂସଦରୁ ବାହାରକୁ ଯାଉଥିବା ସମୟରେ ବ୍ୟକ୍ତି ଜଣକ ନିଜ ଶରୀରରେ ଡିଜେଲ ପକାଇ ନିଆଁ ଲଗାଇଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.